Posted inଖେଳ

ରାହୁଲଙ୍କ ଶତକ: ଭାରତ ୩୮୭ରେ ଅଲଆଉଟ୍‌

ଲଡର୍‌ସ,୧୨ା୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ବରାବର ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୩୮୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ଶତକ ପରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ମଧ୍ୟ ସମାନ ସ୍କୋରରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନ ଶେଷ ସୁଦ୍ଧା ବିନା ଉଇକେଟରେ ୨ ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଜ୍ୟାକ କ୍ରଲି ୨ ଓ ବେନ ଡକେଟ ବିନା ରନରେ ଅପରାଜିତ ରହିଛନ୍ତି।

ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୫/୩ରୁ ବ୍ୟାଟିଂ ଆରମ୍ଭ କରି ବଳକା ୭ ଉଇକେଟରେ ୨୪୨ ରନ ଯୋଡ଼ିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟର ରାହୁଲ ଓ ରିଷଭ ପନ୍ତ ଆରମ୍ଭରୁ ଅତ୍ୟନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍‌ ହେବା ପରେ ଦୁହେଁ ଆଟାକିଂ ବ୍ୟାଟିଂ କରିଥିଲେ। ପ୍ରଥମ ସେଶନର ଅନ୍ତିମ ବଲରେ ରାହୁଲଙ୍କ ସହ ଭୁଲ ବୁଝାମଣା କାରଣରୁ ପନ୍ତ ଦୁର୍ଭାଗ୍ୟଜନକ ଭାବେ ରନଆଉଟ୍‌ ହୋଇଥିଲେ।

ପନ୍ତ ୮ ଚୌକା ଓ ୨ ଛକା ସହିତ ୭୪ ରନ କରି ଆଉଟ୍‌ ହୋଇଥିଲେ। ସେ ରାହୁଲଙ୍କ ସହ ମିଶି ଚତୁର୍ଥ ଉଇକେଟରେ ୧୪୧ ରନ ଯୋଡ଼ିଥିଲେ। ଦ୍ୱିତୀୟ ସେଶନରେ ରାହୁଲ ଶତକ ପୂରଣ କରିବାର ତୁରନ୍ତ ପରେ ଆଉଟ୍‌ ହୋଇଥିଲେ। ସେ ୧୩ ଚୌକା ସହ ୧୦୦ ରନ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦଶମ ଓ ଇଂଲଣ୍ଡରେ ଚତୁର୍ଥ ଶତକ ଥିଲା। ଐତିହାସିକ ଲଡର୍‌ସ ଭେନ୍ୟୁରେ ଏହା ତାଙ୍କର ଦ୍ୱିତୀୟ ଶତକ ଥିଲା। ଦୀଲିପ ଭେଙ୍ଗସରକରଙ୍କ ପରେ ରାହୁଲ ଦ୍ୱିତୀୟ ଭାରତୀୟ ଭାବେ ଏଭଳି ସଫଳତା ପାଇଛନ୍ତି।

ଏହାପରେ ଜାଡେଜା ଓ ନୀତିଶ କୁମାର ରେଡ୍ଡୀ ଷଷ୍ଠ ଉଇକେଟରେ ୭୨ ରନ ଯୋଡ଼ିଥିଲେ। ରେଡ୍ଡୀ ୩୦ ରନ କରି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କ ବଲରେ ଉଇକେଟ୍‌ ପଛରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ରେଡ୍ଡୀ ଆଉଟ୍‌ ହେବା ପରେ ଜାଡେଜାଙ୍କ ସହ ଓ୍ବାଶିଂଟନ ମିଶି ସପ୍ତମ ଉଇକେଟରେ ୫୦ ରନ ଯୋଡ଼ିଥିଲେ। ଜାଡେଜା ୮ ଚୌକା ଓ ୧ ଛକା ସହିତ ୭୨ ରନ କରି ଆଉଟ୍‌ ହୋଇଥିଲେ। ଆକାଶ ଦୀପ ୭ ଓ ଯଶପ୍ରୀତ ବୁମରା ବିନା ରନରେ ଆଉଟ୍‌ ହୋଇଥିବା ବେଳେ ଓ୍ବାଶିଂଟନ (୨୩) ଅନ୍ତିମ ବ୍ୟାଟର ଭାବେ ପାଭିଲିଅନ ଫେରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ ୩ ଉଇକେଟ ନେଇଥିବା ବେଳେ ଜୋଫ୍ରା ଆର୍ଚ୍ଚର ଓ ଷ୍ଟୋକ୍ସ ଦୁଇଟି ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri