Categories: ଜାତୀୟ

ରାହୁଲଙ୍କ ଦାଢ଼ି ଲାଡେନ ଭଳି , ନୀତୀଶ ବିହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ସମ୍ରାଟ ଚୌଧୁରୀ…

ପାଟନା,୧୦।୬ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ସମେତ ଅନ୍ୟ ଦଳର ନେତାମାନେ ନେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ରମରେ ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ ଦୁଇ ଦିନିଆ ବିହାର ଗସ୍ତରେ ଅଛନ୍ତି। ମୁସଲିମ ପ୍ରାଧାନ୍ୟ ଆରରିଆରେ ଏକ ସଭାରେ ସମ୍ବୋଧିତ କରି ସେ ଲଭ ଜିହାଦ ଏବଂ ଅନୁପ୍ରବେଶକାରୀଙ୍କ ବିଷୟରେ ଆଲୋଚନା କରିଥିଲେ। ସେ ନୀତୀଶ କୁମାର ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ରାହୁଲଙ୍କୁ କଡ଼ା ସମାଲୋଚନା କର ସେ ତାଙ୍କୁ ଓସାମା ବିନ ଲାଦେନ ସହିତ ତୁଳନା କରିଥିଲେ।

ରାହୁଲଙ୍କୁ ରାଜନୀତିରେ ଏକ ଛୋଟ ପିଲା ବୋଲି ବର୍ଣ୍ଣନା କରି ସମ୍ରାଟ ଚୌଧୁରୀ କହିଛନ୍ତି ଆଜିକାଲି ରାହୁଲ ଗାନ୍ଧୀ ଆତଙ୍କବାଦୀ ଓସାମା ବିନ ଲାଦେନଙ୍କ ପରି ଦାଢ଼ି ବଢ଼ାଇବାକୁ ଚାହୁଁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପ୍ରଥମେ ଦାଢ଼ି ସମ୍ପୂର୍ଣ୍ଣ ପକ୍ୱ ହେଉ, ତା’ପରେ କୌଣସି ସମାଧାନ ହୋଇପାରିବ। ଆମେ ରାହୁଲଙ୍କୁ ରାଜନୈତିକ ସ୍ତରରେ ୫୦ ବର୍ଷର ପିଲା ବୋଲି ବିବେଚନା କରୁଛୁ। ୫୦ ବର୍ଷ ବୟସ୍କ ଏବଂ ରାଜନୈତିକ ବୁଦ୍ଧି ନ ଥିବା ବ୍ୟକ୍ତିଙ୍କୁ ଆଉ କ’ଣ କୁହାଯାଇପାରେ ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜଣେ ବୃଦ୍ଧ। ନୀତୀଶଙ୍କର କିଛି ମନେ ରୁହେ ନାହିଁ। ଏକଜୁଟ ହୋଇଥିବା ବିରୋଧୀ ଦଳଙ୍କର ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ସ୍ଥିର ହୋଇପାରି ନାହିଁ। ନୀତୀଶଙ୍କ ଅବସ୍ଥା ଗଜିନି ଫିଲ୍ମରେ ଆମୀର ଖାନଙ୍କ ଚରିତ୍ର ପରି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ମୁକୁଟର ଦିବାସ୍ବପ୍ନ ତାଙ୍କୁ ଅସୁବିଧାରେ ପକାଉଛି। ନୀତୀଶ କୁମାର ବିହାରର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ବିହାର ଭାଜପା ସଭାପତି କହିଛନ୍ତି ଯଦି ରାଜ୍ୟରେ ଆମ ସରକାର ଗଠନ ହୁଏ, ତେବେ ’ଲଭ ଜିହାଦ’ ପ୍ରସଙ୍ଗରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋହତ୍ୟାକୁ ବନ୍ଦ କରିବା ହେଉଛି ଭାଜପାର ପ୍ରଥମ ଧର୍ମ।

ସମ୍ରାଟ ଚୌଧିରଙ୍କ ମନ୍ତବ୍ୟ ନେଇ ଆରଜେଡି ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରା ଯାଇଛି। ଆରଜେଡି ଏମପି ମନୋଜ ଝା କହିଛନ୍ତି ଏହି ଦେଶରେ କୋଟି କୋଟି ଲୋକ ଦାଢ଼ି ରଖନ୍ତି। ଅନେକ ସାଧୁ ଏବଂ ମହାତ୍ମା ଦାଢ଼ି ରଖନ୍ତି। ସେମାନେ ସମସ୍ତେ ଓସାମା ବିନ ଲାଡେନ କି? ଯଦି କାହାକୁ ବିରୋଧ କରିବାକୁ ପଡେ ତେବେ ତାହା ରାଜନୈତିକ ଦୃଷ୍ଟିକୋଣରୁ କରାଯିବା ଉଚିତ। ସମ୍ରାଟ ଚୌଧୁରୀଙ୍କ ସମସ୍ୟା ହେଉଛି ତାଙ୍କର ପ୍ରତିଯୋଗିତା ଗିରିରାଜ ସିଂଙ୍କ ସହ ଚାଲିଛି। ଯିଏକି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗୋଡସେଙ୍କୁ ପ୍ରକୃତ ଦେଶପ୍ରେମୀ ବୋଲି କହୁଛନ୍ତି।

Share