Categories: ଜାତୀୟ

ୟୁରୋପ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପର ପାଞ୍ଚ ଦିନିଆ ଯାତ୍ରା କରିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଗସ୍ତ ସମୟରେ ବେଲଜିୟମରେ ୟୁରୋପୀୟ କମିଶନ ସାଂସଦଙ୍କୁ ଭେଟିବେ। ଏଥି ସହିତ ସେପ୍ଟେମ୍ବର ୮ରେ ସେ ପ୍ୟାରିସରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବେ। ସେପ୍ଟେମ୍ବର ୯ରେ ସେ ପ୍ୟାରିସରେ ଶ୍ରମ ସଂଗଠନର ଏକ ବୈଠକରେ ଯୋଗଦେବେ।
ଏହା ପରେ ସେ ନରୱେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ୧୦ ସେପ୍ଟେମ୍ବରରେ ବିଦେଶୀ ଭାରତୀୟଙ୍କୁ ସମ୍ବୋଧିତ କରିବେ।

Share