Categories: ଜାତୀୟ

ହିଟ୍‌ମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାହୁଲ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର କୋଚ ରାହୁଲ ଦ୍ରାବିଡ଼ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାହୁଲ ଆଗାମୀ ଟି-୨୦ ସିରିଜରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ନିଷ୍ପତ୍ତି ବିଷୟରେ ମଧ୍ୟ କହିଛନ୍ତି।

ଏହି ସିରିଜରେ ରୋହିତଙ୍କୁ ବିଶ୍ରାମ ଦେବା ନିଷ୍ପତ୍ତି ବିଷୟରେ ରାହୁଲ କହିଛନ୍ତି, ରୋହିତ ଜଣେ ଉଚ୍ଚକୋଟୀର ଖେଳାଳି। ସେ ସମସ୍ତ ଫର୍ମାଟରେ ଖେଳୁଛନ୍ତି। ସମସ୍ତେ ସବୁବେଳେ ଉପଲବ୍ଧ ହେବା ଆଶା କରିବା ଭୁଲ୍‌ ଅଟେ। ଆମେ ଚାହୁଁ ଖେଳାଳି ତାଜା ଏବଂ ଫିଟ ହୁଅନ୍ତୁ। ବେଳେବେଳେ ଆମକୁ ଆମର ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ପଡେ। ଏହି ଅବସରରେ ଦ୍ରାବିଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରିବା ସହ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଏବଂ ନେତୃତ୍ୱ ପ୍ରଶଂସନୀୟ ବୋଲି କହିଥିଲେ। ତାଙ୍କଠାରୁ ସମସ୍ତ ତିନୋଟି କ୍ଷେତ୍ରରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରିଛି।
ସୂଚନାଯୋଗ୍ୟ, ସିରିଜର ପ୍ରଥମ ମ୍ୟାଚ ଜୁନ ୯ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ଏବଂ ଶେଷ ମ୍ୟାଚ ଜୁନ ୧୯ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Share