Categories: ଖେଳ

ଇଂଲଣ୍ଡ ଦଳକୁ ଚେତାବନୀ ଦେଲେ ରାହୁଲ

ଇଂଲଣ୍ଡ,୧୭।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୫୧ ରନ ଜିତିଛି ଭାରତୀୟ ଦଳ। ଏହି ବିଜୟରେ ପ୍ରମୁଖ ଭୂମିକା ବୋଲର୍‌ଙ୍କ ଥିବାବେଳେ ଓପନର୍‌ କେଏଲ୍‌ ରାହୁଲ ମଧ୍ୟ ଶତକୀୟ ଇନିଂଶ ଖେଳିଥିଲେ। ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ରାହୁଲ ଇଂଲଣ୍ଡକୁ ଚେତାବନୀ ଦେଇଛନ୍ତି। ଯଦି ଆପଣ ଆମର ଜଣେ ଖେଳାଳିଙ୍କୁ ସ୍ଲେଜିଂ କରିବ, ଆମେ ୧୧ ଖେଳାଳି ଛାଡିବୁ ନାହିଁ। ଲର୍ଡସ ମ୍ୟାଚ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ପଞ୍ଚମ ତଥା ଶେଷ ଦିନରେ ଦୁଇ ଦଳ ମଧ୍ୟରେ ଝଗଡା ହୋଇଥିଲା। ଜଶବ୍ରୀତ ବୁମରା ଶାମିଙ୍କ ସହ ୯ମ ଉଇକେଟ ପାଇଁ ଏକ ରେକର୍ଡ ଭାଗିଦାରୀ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କୁ ସ୍ଲେଜିଙ୍ଗର ମଧ୍ୟ ସାମ୍ନା କରିବାକୁ ପଡୁଥିଲା। ବିରାଟ କୋହଲି, ମହମ୍ମଦ ସିରାଜଙ୍କ ସମେତ ଅନ୍ୟ କେତେକ ଭାରତୀୟ ଖେଳାଳି ମଧ୍ୟ ଜେମ୍ସ ଆଣ୍ଡରସନ, ଜୋସ ବଟଲର ଏବଂ ଓଲି ରବିନ୍ସନନଙ୍କ ସହ ଯୁକ୍ତିତର୍କ କରିଥିଲେ।

Share