Posted inଜାତୀୟ

ଏହିକଥା ପାଇଁ ପିଲାଦିନେ ମାଆଙ୍କୁ ବିରକ୍ତି କରାଉଥିଲେ ରାହୁଲ, ଜେଲ୍‌ରେ ଥାଇ ନେହେରୁ ଦେଇଥିଲେ ନାଁ, ଜାଣନ୍ତୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ….

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ଏମପି ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ। ସେ ୫୪
ବର୍ଷ ବୟସରେ ପାଦ ଥାପିଛନ୍ତି। ୧୯୭୦ ଜୁନ ୧୯ରେ ରାଜୀବ ଗାନ୍ଧୀ ଓ ସୋନିଆଙ୍କ କୋଳକୁ ଆସିଥିଲେ ରାହୁଲ। ଏବେ ଜାତୀୟ କଂଗ୍ରେସର ନେତୃତ୍ୱ ନେଉଥିବା ରାହୁଲ ପିଲାଟିବେଳରୁ ଲାଜକୁଳା ଥିଲେ। ଏବେ ସେହି ରାହୁଲ ଭାରତୀୟ ରାଜନୀତିର ଏକ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି।

ଯେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କ ବନ୍ଧୁ ଡୋରୋଥୀ ନୋମାନଙ୍କୁ ଭେଟିଥିଲେ ସେ ତାଙ୍କୁ ରାହୁଲଙ୍କ ବିଷୟରେ କହିଥିଲେ, ମୋ ନାତି ବହୁତ ସୁନ୍ଦର। ଏବେ ବି ତା’ର ଦୁଇଟି ଗାଲରେ ଡିମ୍ପଲ ଅଛି, ଯାହା ହସିବାବେଳେ ବହୁତ ସୁନ୍ଦର ଦେଖାଯାଏ। କୁନି ରାହୁଲ ପିଲାବେଳେ ବହୁତ ଲାଜୁକଳା ଥିଲେ। ପିଲାବେଳେ ସେ ତାଙ୍କ ମାଆ ସୋନିଆଙ୍କୁ ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରି ଅଥୟ କରି ଦେଉଥିଲେ। ସେ କହୁଥିଲେ, ‘ମାଆ ମୁଁ କେମିତି ଦେଖାଯାଏ? ମୁଁ ସୁନ୍ଦର ତ?’ ରାହୁଲଙ୍କ ଏପରି ପ୍ରଶ୍ନରେ ମାଆ ରୋକଠୋକ୍‌ ଜବାବ ଦିଅନ୍ତି, ନା, ‘ତୁମେ ଆଭରେଜ ହିଁ ଦେଖାଯାଅ’।

ସେହି ରାହୁଲ ଯେତେବେଳେ ରାଜନୀତିରେ ପ୍ରବେଶ କରିଥିଲେ, ବିରୋଧୀମାନେ ତାଙ୍କୁ ଅନେକ ନାମ ଦେଇଥିଲେ। କିଏ ପପ୍ପୁ କହୁଥିଲେ କିଏ ଆଉ କ’ଣ କହୁଥିଲେ। ଦଳ ଭିତରେ ଏବଂ ବାହାରେ ତାଙ୍କ ପ୍ରତିଟି ନିଷ୍ପତ୍ତି ଉପରେ ତୀବ୍ର ସମାଲୋଚନା କରାଯାଇଥିଲା। ଅନେକ ଥର ତାଙ୍କ ନିଷ୍ପତ୍ତି କଂଗ୍ରେସ ଦଳ ପାଇଁ ମହଙ୍ଗା ପଡୁଥିଲା। ତେବେ ରାହୁଲ ଏସବୁକୁ ଅଣଦେଖା କରି ନିଜ କର୍ତ୍ତବ୍ୟ କରି ଚାଲିଥିଲେ। ହେଲେ ବର୍ତ୍ତମାନ ରାହୁଲ ଜଣେ ସଂଘଷରତ ଓ ପରିପକ୍ୱ ନେତା ସବୁଠି ଜଣାଶୁଣା।

୨୦ବର୍ଷର ରାଜନୈତିକ କ୍ୟାରିୟରକୁ ଛାଡିଦେଲେ ରାହୁଲ ଜୀବନର ପ୍ରଥମ ୩୩ ବର୍ଷ ଅଜ୍ଞାତରେ ବିତାଇଥିଲେ। ଏହି ଅବଧି ମଧ୍ୟରେ, କେବଳ ଗୋଟିଏ କିମ୍ବା ଦୁଇଟି ଘଟଣା ଥିଲା ଯେତେବେଳେ ରାହୁଲଙ୍କ ଫଟୋ ସାର୍ବଜନୀନ ହୋଇଥିଲା। ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କୁ ଦୁଇ ଦୁଇଥର କଲେଜ ବଦଳାଇବାକୁ ପଡିଥିଲା । ସେହପରି ତାଙ୍କୁ ନାମ ବଦଳାଇ କଲେଜରେ ପଢିବାକୁ ପଡୁଥିଲା।

ରାହୁଲଙ୍କ ନାମ ପଛରେ ଏକ ଆକର୍ଷଣୀୟ କାହାଣୀ ରହିଛି। ରାହୁଲଙ୍କ ପିତା ରାଜୀବ ଗାନ୍ଧୀ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ରାଜୀବଙ୍କ ଜେଜେ ଜେଜେହର ଲାଲ ନେହେରୁ ଜେଲରେ ଥିଲେ। ଯେତେବେଳେ ନେହେରୁ ଜେଲରେ ନାତିଙ୍କ ଜନ୍ମ ଖବର ପାଇଲେ, ସେ ଇନ୍ଦିରାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ନେହେରୁ ରାଜୀବ ଗାନ୍ଧୀଙ୍କ ନାମକରଣ ବିଷୟରେ ଇନ୍ଦିରାଙ୍କୁ ପରାମର୍ଶ ଦେଇଥିଲେ। ନେହେରୁ ରାହୁଲ ନାମ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଏହାର ଅର୍ଥ ହେଉଛି ସମସ୍ତଙ୍କ ମଧ୍ୟରେ ସମନ୍ନୟ ରଖିବା। ସମସ୍ତଙ୍କୁ ଭଲପାଇବାରେ ଯୋଡିବା। ତେବେ ସେହି ସମୟରେ ଇନ୍ଦିରା ତାଙ୍କ ପୁଅଙ୍କ ନାଁ ରାଜୀବ ରଖି ସାରିଥିଲେ। ତେବେ ପରେ ରାହୁଲ ତାଙ୍କ ଜେଜେବାପା ଏବଂ ଜେଜେମା’ଙ୍କୁ ସମ୍ମାନ ଦୃଷ୍ଟିରେ ଏହି ନାମକୁ ରଖିଥିଲେ।

ରାହୁଲ M.Fil ଯାଏ ପାଠ ପଢିଛନ୍ତି। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଡେଭଲପମେଣ୍ଟ ଷ୍ଟଡିରେ ଡିଗ୍ରୀ ହାସଲ କରିଛନ୍ତି। ଅଧ୍ୟୟନ ସମୟରେ ତାଙ୍କ ନାମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫ ୨୦୧୪ରେ ରାହୁଲ ଗାନ୍ଧୀଙ୍କ ବିଭିନ୍ନ ନାମକୁ ନେଇ ଏକ ରିପୋର୍ଟରେ ଖୁଲାସା କରିଥିଲା। ରିପୋର୍ଟ ଅନୁଯାୟୀ ରାହୁଲ ଭିଞ୍ଚି ନାମରେ କେମ୍ବ୍ରିଜରୁ ଡିଗ୍ରୀ ହାସଲ କରିଥିଲେ।

ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ନାମ ଥିଲା – VINCI Rahul T MPHIL95 । ଏଥିରେ, ପ୍ରଥମ ଦୁଇଟି ଶବ୍ଦ ଥିଲା ତାଙ୍କ ନାମ ଏବଂ ଟି ଶବ୍ଦଟି ଟ୍ରିନିଟି କଲେଜରକୁ ଡିକୋଡ କରିବା ପାଇଁ ବ୍ୟବହୃତ ହୋଇଥିଲା । MPHIL ତାଙ୍କର ଡିଗ୍ରୀ ଥିଲାବେଳେ କୋର୍ସ କୋଡ ୯୫ ଥିଲା। ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଦୃଷ୍ଟିକୋଣରୁ ରାହୁଲଙ୍କ ନାମ ପରିବର୍ତ୍ତନ କରାଯାଇଥିଲା। ଯାହାଫଳରେ ରାହୁଲ ଅଧ୍ୟୟନ ସମାପ୍ତ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri