Categories: ଖେଳ

କେକେଆର୍‌ର ବାଜିଗର୍‌ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…

ଦୁବାଇ,୧୪।୧୦: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାଲିଫାୟର-୨ର ରୋମାଞ୍ଚକର ମୁକାବିଲାରେ କେକେଆର୍‌ ବାଜିମାତ କରିଥିଲା। ଏକ ସମୟରେ ଦିଲ୍ଲୀ ଜିତିବା ସୁନିଶ୍ଚିତ ଲାଗିଥିଲେ ହେଁ ଶେଷଯାଏ ହାର୍‌ ନ ମାନି ରାହୁଲ ତ୍ରିପାଠୀ ଦଳକୁ ବିଜେତା କରିଥିଲେ। ଏଣୁ ଦଳ ଫାଇନାଲରେ ପ୍ରବେଶ କରିବାର ଶ୍ରେୟ ରାହୁଲଙ୍କୁ ଯାଉଛି ବୋଲି କୁହାଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା କରାଯାଉଛି।
ଜଣେ ପ୍ରଶଂସକ ରାହୁଲଙ୍କ ପାଇଁ ଲେଖିଛନ୍ତି, ହାରି ଜିତିବା ଲୋକକୁ ରାହୁଲ ତ୍ରିପାଠୀ କୁହନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ରାହୁଲ ନାମ ତ ମନେ ଅଛି ନା। ବହୁତ ଲୋକ ରାହୁଲଙ୍କ ପ୍ରଶଂସାରେ ମେମେ ଶେୟାର କରୁଛନ୍ତି।
ତେବେ ରାହୁଲଙ୍କ ବ୍ୟତିତ ଭେଙ୍କଟେଶ ଆୟାର ଏବଂ ଶୁଭମନ ଗିଲ କେକେଆର୍‌ ପାଇଁ ବେଶ ଭଲ ଖେଳିଥିଲେ। ଭେଙ୍କଟେଶ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ଏବେ ଅକ୍ଟୋବର ୧୫ରେ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ୨୦୧୨ରେ କେକେଆର୍‌ ଚେନ୍ନାଇ ବିପକ୍ଷରେ ଖେଳି ଆଇପିଏଲ୍‌ ଟାଇଟଲ୍‌ ହାସଲ କରିଥିଲା।

Share