Posted inଖେଳ

ଦଳରେ ସାମିଲ ହେବା ପରେ କୋହଲିଙ୍କୁ ନେଇ ଏଭଳି କହିଲେ ଟେଓ୍ବାଟିଆ, ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତର ୧୯ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି। ସେଥିରୁ ଜଣେ ହେଲେ ହରିୟାଣାର ଅଲ୍‌ରାଉଣ୍ଡର ରାହୁଲ ଟେଓ୍ବାଟିଆ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିବା ଟେଓ୍ବାଟିଆ ଆଇପିଏଲ୍‌ର ଗତ ସଂସ୍କରଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବାହା ବାଃ ସାଉଁଟିଥିଲେ। ପଞ୍ଜାବ ବିପକ୍ଷରେ ଏକ ଓଭରରେ ୫ ଛକା ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଆଇପିଏଲ୍‌ରେ ନିଜର ପ୍ରଦର୍ଶନର ପୁରସ୍କାର ତାଙ୍କୁ ମିଳିଛି। ତାଙ୍କୁ ଭାରତୀୟ ଟିମ୍‌ରେ ଚୟନ କରାଯାଇଛି। ଏହାକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି। ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବାକୁ ସେ ଅପେକ୍ଷା କରି ରହିଥିବା କହିଛନ୍ତି।

ଦଳରେ ନିଜକୁ ଦେଖିବା ପରେ କିଭଳି ଲାଗୁଛି ପ୍ରଶ୍ନରେ ଟେଓ୍ବାଟିଆ କହିଛନ୍ତି, ପ୍ରଥମେ ହରିୟାଣା ଟିମ୍‌ରେ ଏବଂ ଏବେ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପାଇବା ପରେ ମାନସିକ ରୂପରେ ସେ ଅଧିକ ମଜଭୂତ ହୋଇଛନ୍ତି। ଆତ୍ମବିଶ୍ୱାସ ବଢ଼ିଛି। ଅନ୍ତରାଷ୍ଟ୍ରୀୟ କ୍ରିକେଟର ମହାନ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବାକୁ ନେଇ ସେ ବେଶ୍‌ ଉତ୍ସାହିତ। ଆଇପିଏଲ୍‌ରେ ବିରାଟଙ୍କ ବିରୋଧରେ ଖେଳିଥିଲେ। ଏବେ ତାଙ୍କ ସହ ଖେଳିବି। ତାଙ୍କଠାରୁ ଶିଖିବା ଏବଂ ବୁଝିବା ପାଇଁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri