Posted inଖେଳ

ଜିମ୍ବାଓ୍ବେ ବିପକ୍ଷରେ ରାହୁଲ ଅଧିନାୟକ

ନୂଆଦିଲ୍ଲୀ, ୧୨ା୮ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍‌ ଦ୍ୱାରା ଫିଟ୍‌ ଘୋଷିତ ହେବାରୁ ସିନିୟର ଓପନର କେ.ଏଲ୍‌. ରାହୁଲ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ପୂର୍ବରୁ ଶିଖର ଧାଓ୍ବନଙ୍କୁ ଅଧିନାୟକ କରାଯାଇଥିଲା। ବର୍ତ୍ତମାନ ସେ କିନ୍ତୁ ତାଙ୍କର ଡେପୁଟି ଭାବେ କାର୍ଯ୍ୟକରିବେ। ରାହୁଲଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା। ଏଥିରୁ ସେ ଆରୋଗ୍ୟ ଲାଭ କରିଛନ୍ତି। ପୂର୍ବରୁ କୋଭିଡ୍‌ ପାଇଁ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍‌ ପଡ଼ିଥିଲେ। ସୁସ୍ଥ ହେବା ଲାଗି କିଛି ସମୟ ଲାଗିବାକୁ ଥିବାରୁ ରାହୁଲଙ୍କୁ ପ୍ରଥମେ ଜିମ୍ବାଓ୍ବେ ଟୁର୍‌ ପାଇଁ ମନୋନୀତ କରାଯାଇ ନ ଥିଲା। ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍‌ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହେବା ସକାଶେ ତାଙ୍କୁ ସମୟ ଦିଆଯାଇଥିଲା। ତେବେ ବିସିସିଆଇ ମେଡିକାଲ ଟିମ୍‌ ବର୍ତ୍ତମାନ ତାଙ୍କୁ ଫିଟ୍‌ ଘୋଷଣା କରିବା ପରେ ଦଳ ପାଇଁ ମନୋନୟନ ଲାଗି ସେ ଉପଲବ୍ଧ ହୋଇଥିଲେ। ସମସ୍ତ ଫର୍ମାଟ ଲାଗି ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଭାବେ ରାହୁଲ ପ୍ରଥମ ପସନ୍ଦ ରହିଛନ୍ତି। ସେ ଉପଲବ୍ଧ ହେବାଦ୍ୱାରା ସିରିଜ ପାଇଁ ଧାଓ୍ବନ ଉପଅଧିନାୟକ ପଦବୀକୁ ଖସିଛନ୍ତି। ରାହୁଲଙ୍କୁ ସାମିଲ କରାଯିବା ପରେ ଦଳରେ କୌଣସି ଖେଳାଳିଙ୍କୁ ବଦଳ କରାଯାଇନାହିଁ। ଫଳରେ ମନୋନୀତ ଖେଳାଳି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ରାହୁଲଙ୍କ ପ୍ରବେଶ ଦ୍ୱାରା ସିରିଜରେ ଋତୁରାଜ ଗାଏକ୍ୱାଡଙ୍କୁ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳିବା ସମ୍ଭାବନା ଆପାତତଃ ନାହିଁ। ଏହି ସିରିଜରୁ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟାର, ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ପିଠିରେ ଇଞ୍ଜୁରି ଯୋଗୁ ବୁମ୍‌ରା ଏବେ ଚିକିତ୍ସିତ ହେଉଛନ୍ତି। ସେ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁଥିବା ଏସିଆ କପ୍‌ରେ ମଧ୍ୟ ଖେଳିପାରିବେ ନାହିଁ।
ଭାରତୀୟ ଦଳ
କେ.ଏଲ୍‌. ରାହୁଲ (ଅଧିନାୟକ), ଶିଖର ଧାଓ୍ବନ (ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଇଶାନ କିଶନ (ଉଇକେଟକିପର), ସଞ୍ଜୁ ସାମ୍‌ସନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆଭେଶ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri