Categories: ଖେଳ

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଏକ ଶତକ ହାସଲ କରିଥିଲେ। ସେ ପ୍ରଥମ ଇନିଂସରେ ୧୨୩ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଏହାପରେ ୨୯ ବର୍ଷୀୟ କେ.ଏଲ ରାହୁଲ ତାଙ୍କ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଅଫ ଷ୍ଟମ୍ପ ବାହାରେ ଯାଉଥିବା ବଲ୍‌ ଗୁଡିକୁ ଛାଡିଦେବା ଦ୍ୱାରା ତାଙ୍କୁ ଅନେକ ଲାଭ ମିଳିଛି। ମୁଁ ଏବେ ଏହାକୁ ଉପଭୋଗ କରୁଛି। ମୁଁ ଜାଣେ ଆମେ ଅଧିକ ଦିନିକିଆ ଏବଂ ଟି୨୦ କ୍ରିକେଟ ଖେଳୁ। ପଡ଼ିଆରେ ସଟ ସ୍କୋର କରିବା ଉତ୍ସାହଜନକ କିନ୍ତୁ ଟେଷ୍ଟ କ୍ରିକେଟରେ ସବଦାଶୃଙ୍ଖଳିତ ଖେଳିବାକୁ ପଡିବ। ଆପଣଙ୍କୁ ସଠିକ ବଲ ପାଇଁ ଅପେକ୍ଷା କରିବାକୁ ଶିଖିବାକୁ ପଡିବ।
ସେ ଟେଷ୍ଟ ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଥିଲେ। ରାହୁଲ ଲଡର୍‌ସ ଠାରେ ଏହି ପଦ୍ଧତି ଗ୍ରହଣ କରିଥିଲେ ଏବଂ ଏକ ଶତକ ସ୍କୋର କରିଥିଲେ। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ସେ ଏହି ଉପାୟରେ ସଫଳତା ହାସଲ କରିଛନ୍ତି । ତାଙ୍କ ଶତକ ଯୋଗୁ ଭାରତ ସେଞ୍ଚୁରିୟନରେ ପ୍ରଥମ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା।

Share