Categories: ଜାତୀୟ

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହା ଅପପ୍ରଚାର। ସେ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶି ଥରୁର ଜଣେ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ବ୍ୟକ୍ତି। ଏହି ଲୋକମାନଙ୍କ ବିଷୟରେ ଏହିପରି କହିବା ଅପମାନ ଭଳି। ରାହୁଲ ଏହା ମଧ୍ୟ କହିଛନ୍ତି ଯେ ସେ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତି। ଭାରତ ଯୋଡ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି।

ଏହି ବିଷୟରେ ପଚରାଯିବାରୁ ରାହୁଲ ଉତ୍ତର ଦେଇଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଉଭୟଙ୍କର ସ୍ଥିତି, ଦୂରଦୃଷ୍ଟି ରହିଛି ଏବଂ ସେମାନେ ମାସନିକସ୍ତରରେ ସଶକ୍ତ ତଥା ସୁଚିନ୍ତିତ ଲୋକେ। ମୁଁ ଭାବୁନାହିଁ ଯେ ସେମାନଙ୍କ ମଧ୍ୟରୁ କେହି ଗାନ୍ଧୀ ପରିବାର ଦ୍ୱାରା ରିମୋଟରେ ନିୟନ୍ତ୍ରିତ ହେବାକୁ ଯାଉଛନ୍ତି। ସତ କହିବାକୁ ଗଲେ, ଏହିସବୁ କଥା ତାଙ୍କୁ ଅପମାନିତ କରିବାକୁ କୁହାଯାଉଛି।

ଏଥି ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ କଂଗ୍ରେସ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଭାଜପାର ଅଭିଯୋଗ ଉପରେ ରାହୁଲ କହିଛନ୍ତି ଯେ ଘୃଣା ଓ ହିଂସା ବିସ୍ତାର କରିବା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ଆମେ ଏଥିରେ ଜଡିତ ଥିବା ପ୍ରତି ବ୍ୟକ୍ତିଙ୍କୁ କେବେ ବି ସମର୍ଥନ କରାଯିବ ନାହିଁ। ଘୃଣା ବିସ୍ତାର କରୁଥିବା ବ୍ୟକ୍ତି କିଏ ଏବଂ ସେ କେଉଁ ସମ୍ପ୍ରଦାୟରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଘୃଣା ଏବଂ ହିଂସା ବିସ୍ତାର କରିବା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ଆମେ ଏହିପରି ଲୋକଙ୍କ ବିରୋଧରେ ଆମର ଲଢ଼େଇ କରୁଛୁ ଏବଂ ଆଗାମୀ ଦିନରେ ଏହା ଜାରି ରହିବ।

Share