Categories: ଜାତୀୟ

ବନ୍ଧୁତ୍ୱ ଦିବସରେ ମୋଦିଙ୍କ ପାଇଁ ଏମିତି ପୋଷ୍ଟ କଲେ ରାହୁଲ

ନୂଆଦିଲ୍ଲୀ,୧।୮: ବନ୍ଧୁତ୍ୱ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ ରାହୁଲ ମୋଦି ସରକାରଙ୍କ ବ୍ୟବସାୟୀ ସମ୍ପର୍କକୁ ଟାର୍ଗେଟ କରିଛନ୍ତି।

ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସାୟୀ ଗୌତମ ଆଦାନୀ, ମୁକେଶ ଅମ୍ବାନୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ରାହୁଲ ବିଭିନ୍ନ ସମୟରେ ମୋଦିଙ୍କ ସରକାରକୁ ଆଦାନୀ, ଅମ୍ବାନୀଙ୍କ ସରକାର କହି ସମାଲୋଚନା କରି ଆସୁଛନ୍ତି।

Share