Categories: ଜାତୀୟ

ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ

ନୂଆଦିଲ୍ଲୀ,୧୬ା୯: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ଏଥିସହ ୧୯୯୩ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ ଦିଆଯାଇଛି।
ଏକ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଇଡିର ଜଣେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତ ନ ହେବା ଯାଏ ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ନବୀନ ଏହି ଦାୟିତ୍ୱ ତୁଲାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବୀନଙ୍କୁ ଏହି ନିଯୁକ୍ତି ଦେଇଥିବା ଏଥିରେ କୁହାଯାଇଛି। ପ୍ରକାଶ ଯେ, ଗତ ଜୁଲାଇ ୨୬ରେ ସୁପ୍ରିମକୋର୍ଟ ସଞ୍ଜୟଙ୍କୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଇଡି ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଥିଲେ। କିନ୍ତୁ ଏହା ପରେ ତାଙ୍କ ଅବଧି ଆଉ ବଢ଼ାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ। ୧୯୮୪ ବ୍ୟାଚ୍‌ ଆଇଆର୍‌ଏସ୍‌ ଅଧିକାରୀ ସଞ୍ଜୟଙ୍କ କାର୍ଯ୍ୟକାଳ ଏହା ପୂର୍ବରୁ ଦୁଇଥର ବୃଦ୍ଧି କରାଯାଇଥିବାରୁ ତୃତୀୟ ଥର ବୃଦ୍ଧିକୁ ସର୍ବୋଚ୍ଚ ଅଦାଲତ ବେଆଇନ ଦର୍ଶାଇଥିଲେ।

Share