Categories: ଜାତୀୟ

ରାହୁଲ ଆଧୁନିକ ଜିନ୍ନା, ହିମନ୍ତଙ୍କ ଟାର୍ଗେଟ…

ଗୁଆହାଟି, ୧୨।୨ : ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱା ସରମା ଟାର୍ଗେଟ୍‌ କରିଛନ୍ତି। ସେ ଅକ୍ଷେପ କରି କହିଛନ୍ତି ଯେ, ରାହୁଲ ହେଉଛନ୍ତି ଆଧୁନିକ ଜିନ୍ନା। ସେ କହିଛନ୍ତି ୧୯୪୭ ପୂର୍ବରୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଭାଷା ଯେପରି ଥିଲା ରାହୁଲଙ୍କ ଭାଷା ଏବଂ କଥାବାର୍ତ୍ତା ମଧ୍ୟ ସେହିପରି ରହିଛି ବୋଲି ହିମନ୍ତ ଅଭିଯୋଗ କରିଛନ୍ତି।

ସତେ ଯେପରି ରାହୁଲଙ୍କ ମଧ୍ୟରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରିଥିବାର ମନେ ହେଉଛି ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡରେ ଭାଜପା ପ୍ରଚାର କରି ହିମନ୍ତ ଏଭଳି କହିଛନ୍ତି। ଗତ ୧୦ ଦିନ ଧରି ରାହୁଲଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ସେ ନଜର ରଖିଥିବା ପ୍ରକାଶ କରିଛନ୍ତି।

ଭାରତ ବିଭାଜନ ପୂର୍ବରୁ ଜିନ୍ନାଙ୍କ ମନ୍ତବ୍ୟ ଏବଂ ରାହୁଲଙ୍କ କଥାବାର୍ତ୍ତା ଶୈଳୀରେ ସାମଞ୍ଜସ୍ୟ ରହିଛି ବୋଲି ସେ କଟାକ୍ଷ କରିଛନ୍ତି।

Share