ରାହୁଲ ମହାଜନଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କଲେ ରୁଷୀୟ ପତ୍ନୀ: ନୀତି ପଢ଼ୁଛନ୍ତି ଗୀତା

ବମ୍ବେ: ଏକାଧିକ ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ବସ୍‌ ଫେମ୍‌ ରାହୁଲ ମହାଜନ। ଦୁଇ ଦୁଇ ଥର ବିବାହ କରି ବିଫଳ ହେବା ପରେ ଏବେ ସେ ନିଜର ରୁଷୀୟ ପ୍ରେମିକା ନତାଳୟାଙ୍କ ହାତ ଧରିଛନ୍ତି। ନତାଳୟା ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରିଦେଇଥିବା ନିକଟରେ ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି।

ଭଗବାନ ଶିବପାର୍ବତୀଙ୍କୁ ମାନନ୍ତି ରାହୁଲ। ଠିକ୍‌ ତାଙ୍କ ପରି ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ହେବା କଥା ବୋଲି ସେ ଭାବନ୍ତି। ସେ ସ୍ତ୍ରୀଙ୍କୁ ମଧ୍ୟ ସେହି କଥା କହିଥିଲେ। ନତାଳୟା ସ୍ବାମୀଙ୍କ କଥା ମାନି ନିୟମିତ ଗୀତା ପାଠ କରୁଛନ୍ତି।

୨୦୦୬ରେ ଶ୍ୱେତାଙ୍କୁ ପ୍ରଥମ ବିବାହ କରିଥିଲେ ରାହୁଲ। ୨୦୦୮ରେ ଉଭୟ ଅଲଗା ହୋଇଯାଇଥିଲେ। ପରେ ୨୦୧୦ରେ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିବା ବେଳେ ୨୦୧୫ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଉଭୟ ବିବାହରେ ରାହୁଲ ମାନସିକ ନିଯ୍ୟାତନା ଦେଉଥିବା ସ୍ତ୍ରୀମାନେ ଅଭିଯୋଗ କରିଥିଲେ। ହେଲେ ୨୦୧୮ରେ ନତାଳୟାଙ୍କୁ ବିବାହ କରି ବହୁତ ଖୁସିରେ ଥିବା କହିଛନ୍ତି ସେ।

Share