ଦୁଇ ଦୁଇ ଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଭିନ୍ନ ଟେଲିଭିଜନ ଶୋ’ରେ ନଜର ଆସୁଥିବା ରାହୁଲ ମହାଜନ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବିଶେଷକରି ବ୍ୟକ୍ତିଗତ ଜୀବନ ତାଙ୍କର ଖବର ଶିରୋନାମା ପାଲଟିଥାଏ। ତେବେ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟତମ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ସେ। କିଛି ଦିନ ଏହା ଚର୍ଚ୍ଚାରେ ରହିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଆସିଛି।

୨୦୦୬ରେ ସେ ଶ୍ୱେତା ସିଂହଙ୍କୁ ବିବାହ କରିଥିଲେ। ଦୀର୍ଘ ବର୍ଷ ଧରି ତାଙ୍କ ସହ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେ। ହେଲେ ଗୋଟିଏ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପରିକି ସେ ସ୍ତ୍ରୀ ତାଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ। ୨୦୦୮ରେ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ଲାଗିଥିଲା।

ପ୍ରଥମ ବିବାହ ଭାଙ୍ଗିବା ପରେ ସ୍ବୟମ୍ବର କରି ବିବାହ ନିମନ୍ତେ ପାତ୍ରୀ ଖୋଜିଥିଲେ ରାହୁଲ। ରିଆଲିଟି ଶୋ’ରେ ବର ସାଜି ଡିମ୍ପି ଗାଙ୍ଗୁଲୀଙ୍କୁ ବିବାହ ମଧ୍ୟ କରିଥିଲେ ସେ। ହେଲେ ପ୍ରଥମ ସ୍ତ୍ରୀଙ୍କ ଭଳି ଡିମ୍ପି ମଧ୍ୟ ଘରୋଇ ହିଂସା ନେଇ ଅଭିଯୋଗ କରି ୨୦୧୫ରେ ରାହୁଲଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ଡିମ୍ପି ଅନ୍ୟତ୍ର ବିବାହ କରିସାରିଲେଣି।

ରାହୁଲ ଏବେ ରୁଷିୟ ମଡେଲ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ତୃତୀୟ ସ୍ତ୍ରୀ ଇଲିନା ରାହୁଲଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉଭୟଙ୍କ ମଧ୍ୟରେ ୧୮ ବର୍ଷର ତଫାତ ରହିଛି। ବିବାହ ବେଳେ ରାହୁଲ ୪୩ ବର୍ଷର ହୋଇଥିବା ବେଳେ ଇଲିନାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ। ଦେଖିବାକୁ ସେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍‌ ମଧ୍ୟ। ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ରାହୁଲ ଉଭୟଙ୍କ ଏକାଧିକ ଫଟୋ ଶେୟାର ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri