Categories: ଜାତୀୟ

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ କରିଥିଲେ କି କୌଣସି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିପାରୁ ନାହାନ୍ତି। ହେଲେ ସେ ମୋଦିଙ୍କୁ ଡରନ୍ତି ନାହିଁ ଆଗକୁ ମଧ୍ୟ ସେ ମୋଦିଙ୍କ ଉପରେ ଖୁବ୍‌ ବର୍ଷିବେ ବୋଲି କହିଥିଲେ। ତେବେ ରାହୁଲଙ୍କ ଏପରି ଅଭିଯୋଗକୁ ନେଇ କଂଗ୍ରେସ ନେତା ଅସନ୍ତୁଷ୍ଟ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା କହିଛନ୍ତି କଂଗ୍ରେସରେ ଅନେକ ନେତା ଅଣନିଶ୍ୱାସି ଅନୁଭବ କଲେଣି। ତେବେ ଉକ୍ତ ବୈଠକରେ ଯୁବ ଓ ବରିଷ୍ଠ ନେତାମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଥିଲେ ମଧ୍ୟ ସେମାନଙ୍କୁ ଚପାଇ ଦିଆଯାଇଥିବା କୁହାଯାଉଛି।

Share