ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା କରିଥିଲେ। ଯଦି ପଡିକ୍କଲ ନ ଥାଆନ୍ତେ, ତେବେ ରାହୁଲ ନିରାଶାରେ ପାଭିଲିୟନ ଫେରିଥାଆନ୍ତେ।
ମଙ୍ଗଳବାର ଭାରତୀୟ ଦଳ ସେମାନଙ୍କର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ସମୟରେ ରାହୁଲ ଏବଂ ପଡିକ୍କଲ ସ୍ଥିତିକୁ ସ୍ଥିର କରିଥିଲେ। ଏକ ଅର୍ଦ୍ଧଶତକୀୟ ଭାଗୀଦାରି ସ୍ଥାପନ କରିଥିଲେ।
ଜୟସୂରିଆ ୧୧ତମ ଓଭର ବୋଲିଂ କରି ଶେଷ ବଲ ଉପ-ଅଧିନାୟକ ରାହୁଲଙ୍କ ପ୍ୟାଡ୍ରେ ବାଜିଥିଲା। ଶ୍ରୀଲଙ୍କା ଦଳ ଅପିଲ କରିଥିଲେ ଏବଂ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ରାହୁଲ ପଡିକ୍କଲ ତାଙ୍କ ସହିତ କଥା ହୋଇ ଡିଆର୍ଏସ୍ ନେଇଥିଲେ।
ସମୀକ୍ଷାରୁ ଜଣାପଡିଥିଲା ଯେ, ବଲ ଷ୍ଟମ୍ପକୁ ମିସ୍ କରୁଥିଲା। ଫଳରେ ରାହୁଲ ଆଉଟ୍ ହୋଇ ନ ଥିଲେ। ନିଷ୍ପତ୍ତି ଦେଖି ରାହୁଲ ତୁରନ୍ତ ପଡିକ୍କଲଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଇଥିଲେ। ଉଭୟ ଖେଳାଳି ଘରୋଇ କ୍ରିକେଟରେ କର୍ନାଟକକୁ ପ୍ରତିନିଧିତ୍ୱ କରନ୍ତି। ସେମାନେ ପ୍ରଥମ ଇନିଂସରେ ଏକ ଶତକୀୟ ଭାଗୀଦାରି ମଧ୍ୟ କରିଥିଲେ।
ରାହୁଲ ଏହି ଆଶ୍ୱସ୍ତିର ଫାଇଦା ଉଠାଇ ପାରିଲେ ନାହିଁ। ସେ ୧୫ତମ ଓଭରର ଚତୁର୍ଥ ବଲରେ ଆଉଟ ହୋଇଥିଲେ, ଜୟସୂରିଆ ପୁଣି ଥରେ ବୋଲର ଥିଲେ। ରାହୁଲ ଏକ ବଡ଼ ସଟ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ବଲ ସିଧା ରତ୍ନନାୟକଙ୍କ ହାତକୁ ଯାଇଥିଲା। ସେ ୪୭ ବଲରୁ ୩୫ ରନ କରିଥିଲେ। ଏଥିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ସାମିଲ ଥିଲା।
KL Rahul hugging Devdutt Paddikal after a successful DRS suggested by him 😂 #SLvIND pic.twitter.com/vLEys0Vgk3
— Prateek (@prateek_295) August 18, 2026