Categories: ଜାତୀୟ

ଚଳିତ ବର୍ଷ ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ ରାହୁଲ

ନୂଆଦିଲ୍ଲୀ,୧୨ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ଥର ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ । କଂଗ୍ରେସ ପ୍ରଭାରି ତଥା ମହାସଚିବ ଜୟରାମ ରମେଶ କହିଛନ୍ତି, ଆଗାମୀ ଶୀତକାଳିନ ଅଧିବେଶନରେ ପାର୍ଲାମେଣ୍ଟରେ ରାହୁଲ ଅନୁପସ୍ଥିତ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ସେ ଭାରତ ଯୋଡୋ ଯାତ୍ରାକୁ ଛାଡି ପାରିବେ ନାହିଁ । ସୂଚନା ଅନୁଯାୟୀ, ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନ ୭ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ହେବାକୁ ଥିବା ପାର୍ଲାମେଣ୍ଟ ଅଧିବେଶନ ନଭେମ୍ବରରେ ବସିବାର ଥିଲା । ହେଲେ ଗୁଜରାଟ ନିର୍ବାଚନକୁ ଦେଖି ଏହାକୁ ଘୁଞ୍ଚାଇ ଦିଆଯାଇଛି । ହେଲେ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ଅଫିସିୟାଲି ଜାରି କରାଯାଇ ନାହିଁ ।

Share