Posted inଜାତୀୟ

ଥଣ୍ଡା ଭୟ: ଶେଷରେ ଜ୍ୟାକେଟ୍‌ ପିନ୍ଧିଲେ ରାହୁଲ

ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁର କାଠୁଆରେ ଚାଲିଛି। ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଚାଲିଥିବାବେଳେ ରାହୁଲ ଗାନ୍ଧୀ କେବଳ ଟି-ଶର୍ଟ ପିନ୍ଧି ଉତ୍ତର ଭାରତରେ ଯାତ୍ରା କରୁଥିଲେ, କିନ୍ତୁ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଜ୍ୟାକେଟରେ ଦେଖିବାକୁ ମିଳିଥିଲା। କାରଣ ଜମ୍ମୁ କଶ୍ମୀରର ଅନେକ ସ୍ଥାନରେ ଶୁକ୍ରବାର ସକାଳୁ ବର୍ଷା ହୋଇଛି। ଫଳରେ ରାହୁଲଙ୍କୁ ଶେଷରେ ଏକ ଜ୍ୟାକେଟ ପିନ୍ଧିବାକୁ ପଡିଛି।
ରାହୁଲ ଗାନ୍ଧୀ ଯାତ୍ରା ସମୟରେ ପ୍ରବଳ ଥଣ୍ଡା ସମୟରେ କେବଳ ଟି-ଶର୍ଟ ପିନ୍ଧିଥିବାରୁ ବିରୋଧୀ ଦଳ ତଥା ସୋସିଆଲ ମିଡିଆ ଯୁଜର୍ସଙ୍କ ଦ୍ୱାରା ଅନେକ ଥର ଟ୍ରୋଲ କରାଯାଇଥିଲା। ଏହାର ଜବାବରେ ରାହୁଲ କହିଥିଲେ, ଯଦି ସେ ଥଣ୍ଡା ଅନୁଭବ କରନ୍ତି, ତେବେ ସେ ଜ୍ୟାକେଟ୍‌ ପୋଷାକ ପିନ୍ଧିବେ।
ସୁରକ୍ଷା ଏଜେନ୍ସି ରାହୁଲ ଗାନ୍ଧୀଙ୍କୁ ଜମ୍ମୁ କଶ୍ମୀରରେ ପଦଯାତ୍ରା ନ କରି କାରରେ ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। ରାହୁଲ ଗାନ୍ଧୀ ନିକଟରେ ବର୍ତ୍ତମାନ ଜେଡ୍‌ + ବର୍ଗର ସୁରକ୍ଷା ଅଛି। ଏହା ସହିତ, ୮/୯ କମାଣ୍ଡୋ ସେମାନଙ୍କୁ ୨୪x୭ ସୁରକ୍ଷା ଯୋଗାଉଛନ୍ତି।
ଭାରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ ୧୨୫ ଦିନରେ ୩,୪୦୦ କିଲୋମିଟର ଅତିକ୍ରମ କରିଛି। ଏହି ଯାତ୍ରା ଗତ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଯାତ୍ରା ତାମିଲନାଡୁ, କେରଳ, କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବ କଭର୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?