Categories: ଜାତୀୟ

୫୨ ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନାହାନ୍ତି ଦେଶଦ୍ରୋହୀ ସଙ୍ଗଠନର ଲୋକେ: ଭାଜପାକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୪ ।୮: ମୋଦି ସରକାରଙ୍କ ‘ହର ଘର ତ୍ରିରଙ୍ଗା’କୁ ନେଇ ଆରମ୍ଭ ହୋଇ ଗଲାଣି ରାଜନୀତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ଭାଜପା) ଏହି କାର୍ଯ୍ୟକ୍ରମର ଜୋରସୋର ପ୍ରଚାର କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଏହି କାର୍ଯ୍ୟକ୍ରମଠାରୁ ଦୂରେଇ ଯାଇଛି । ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ପ୍ରଶ୍ନ ବି ଉଠିଲାଣି । ଏହାକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ତାଙ୍କ ଟୁଇଟରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଉଥିବା ଲୋକଙ୍କୁ ଦେଶଦ୍ରୋହୀ ସଙ୍ଗଠନ ବି କହିଛନ୍ତି ।
ରାହୁଲ କର୍ନାଟକ ଖଦି ଗ୍ରାମୋଦ୍ଦ୍ୟୋଗରେ ତ୍ରିରଙ୍ଗା ସହ ଫଟୋ ଟୁଇଟ କରି ଲେଖିଛନ୍ତି, କର୍ନାଟକ ଖଦି ଗ୍ରାମୋଦ୍ଦ୍ୟୋଗର ସମସ୍ତ ସାଥିଙ୍କ ସହ ମିଶି ଖୁବ୍ ଖୁସି ଲାଗିଲା । ଇତିହାସ ସାକ୍ଷୀ ରହିଛି, ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଉଥିବା ଲୋକେ, ସେହି ଦେଶଦ୍ରୋହୀ ସଙ୍ଗଠନରୁ ବାହାରିଛନ୍ତି, ଯେଉଁମାନେ ୫୨ ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନାହାନ୍ତି । ସ୍ୱାଧିନତା ପାଇଁ ଲଢେଇ କରୁଥିବା କଂଗ୍ରେସକୁ ସେତେବେଳେ ବି କେହି ଅଟକାଇ ପାରି ନ ଥିଲେ ଏବେବି କେହି ଅଟକାଇ ପାରିବେ ନାହିଁ ।

Share