Categories: ଜାତୀୟ

ଆମେଠିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

ଆମେଠି,୧୮।୧୨: ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାର ଅଢେଇ ବର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ନିଜ ନିର୍ବାଚନମଣ୍ଡଳୀ ଆମେଠୀକୁ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ଏହି ଅବସରରେ ରାହୁଲ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପଦଯାତ୍ରା କରିଥିଲେ। ଏକ ଜନସଭାକୁ ଉଦ୍‌ବୋଧନ ଦେଇ ରାହୁଲ ପୁଣି ହିନ୍ଦୁ ଓ ହିନ୍ଦୁତ୍ୱବାଦୀକୁ ନେଇ ମତ ରହିଥିଲେ। ଯିଏ ପ୍ରକୃତ ହିନ୍ଦୁ ସେମାନେ ସତ୍ୟାଗ୍ରହ ଏବଂ ସତ୍ୟପଥରେ ଚାଲୁଛନ୍ତି। ହେଲେ ହିନ୍ଦୁତ୍ୱବାଦୀମାନେ ଦେଶରେ ହିଂସା ଭିଆଉଥିବା ରାହୁଲ କହିଥିଲେ।

ଅନ୍ୟପକ୍ଷେ ଚୀନସେନା ଭାରତର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚୀନ ଭାରତର ଇଞ୍ଚେ ବି ଜମି ଦଖଲ କରିନାହିଁ ବୋଲି କହୁଛନ୍ତି। ହେଲେ ରକ୍ଷାମନ୍ତ୍ରଣାଳୟ ଭାରତର କିଛି ଅଂଶ ଦଖଲକୁ ନେଇଥିବା କହୁଛି। ଜନସାଧାରଣ କାହାକୁ ବିଶ୍ୱାସ କରିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସରକାର ସମସ୍ୟା ଉପରେ କୌଣସି ଜବାବ ଦେଉ ନାହାଁନ୍ତି । ନିର୍ବାଚନ ପୂର୍ବରୁ ମୋଦି ବାରମ୍ବାର ଉତ୍ତର ପ୍ରଦେଶ ଗ୍ରସ୍ତ କରୁଛନ୍ତି। ଗଙ୍ଗାରେ ବୁଡ ପକାଉଛନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବା ପାଇଁ କେନ୍ଦ୍ର ସରକାର ମାର୍କେଟିଂରେ ବ୍ୟସ୍ତ ଅଛନ୍ତି ବୋଲି ରାହୁଲ କହିଛନ୍ତି।

 

Share