Categories: ଜାତୀୟ

ରାଜସ୍ଥାନ ଦୌସାର ବାଂଦିକୁଇରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା, ସାମିଲ ହେଲେ ଅଶୋକ ଗେହଲୋଟ-ସଚ୍ଚିନ ପାଇଲଟ

ଜୟପୁର,୧୯ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି । ସୋମବାର ଅର୍ଥାତ୍ ୧୯ ଡିସେମ୍ବର ସକାଳୁ ଏହି ଯାତ୍ରା ରାହୁଲ ଗାନ୍ଧୀ ରାଜସ୍ଥାନ ଦୌସା ଜିଲର ବାଂଦିକୁଇରୁ ଆରମ୍ଭ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ବିଧାୟକ ସଚ୍ଚିନ ପାଇଲଟ ଯାତ୍ରାରେ ସାମିଲ ହୋଇଛନ୍ତି ।
ଗୁରୁବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ସକାଳ ପ୍ରାୟ ୧୦ଟାରେ ପଲଭର ପହଞ୍ଚିବ । ବାଂଦିକୁଇରୁ ପଲଭରରେ ପ୍ରବେଶ କରିବାକୁ ରାଜଗଡ଼ର ସୁରେର ଏଣ୍ଟ୍ରି ପଏଣ୍ଟ ହେବ । ଦିନ ୨ଟା ୩୦ରେ ରାହୁଲ ଗାନ୍ଧୀ ମାଲାଖେଡାରେ ଏକ ଜନସଭାକୁ ସମ୍ବୋଧନ କରିବେ । ଏହି ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟ ଉପସ୍ଥିତ ରହିବେ ।

Share