Categories: ଜାତୀୟ

ମୋଦି କହିଥିଲେ ‘ବନବାସୀ’, ରାହୁଲ ବୁଝାଇଲେ ‘ଆଦିବାସୀ’ର ଅର୍ଥ

ନୂଆଦିଲ୍ଲୀ,୨୦ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆଦିବାସୀ’କୁ ‘ବନବାସୀ’ କହିଥିବା କଥାକୁ ନେଇ ଟାର୍ଗେଟ କରିଛନ୍ତି । ରହୁଲ ମହାରାଷ୍ଟ୍ରରେ କହିଛନ୍ତି ଆଦିବାସୀ ଦେଶର ପ୍ରକୃତ ମାଲିକ । ରାହୁଲ ଗାନ୍ଧୀ ବୁଲଢାଣା ଜିଲାରେ ଆଦିବାସୀ ମହିଳା ୱାର୍କର୍ସ ସମ୍ମିଳନୀକୁ ସମ୍ବୋଧନ ଦେବା ବେଳେ କହିଛନ୍ତି, କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କ ପାଇଁ ବନବାସୀ ଶବ୍ଦର ବ୍ୟବହାର କରିଥିଲେ । ହେଲେ ଏହି ଦୁଇଟି ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଆଦିବାସୀ ଶବ୍ଦ କହିଥାଏ କି ଆପଣ ହିନ୍ଦୁସ୍ତାନର ଅସଲ ମାଲିକ ଆଉ ବନବାସୀ ଶବ୍ଦ କହିଥାଏ ଆପଣ ସମସ୍ତେ ଜଙ୍ଗଲରେ ରୁହନ୍ତି ।
ରାହୁଲ ଅଭିଯୋଗ କରିଛନ୍ତି କି କଂଗ୍ରେସ ସରକାରଙ୍କ ଆଦିବାସୀଙ୍କ ଅଧିକାର ଦେବା ଆଇନକୁ କେନ୍ଦ୍ର ଅସରକାର ଦୁର୍ବଳ କରିଦେଇଛନ୍ତି । ସେ କହିଛନ୍ତି ମୋଦି ସରକାର, ପଞ୍ଚାୟତ(ଅନୁସୂଚିତ କ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାର) ଅଧିନିୟମ, ବନ ଅଧିକାର ଅଧିନିୟମ, ଭୂମି ଅଧିକାର, ପଞ୍ଚାୟତିରାଜ ଅଧିନିୟମ ଓ ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ଥିବା ସଂରକ୍ଷଣ ଭଳି ଆଇନକୁ ଦୁର୍ବଳ କରି ଚାଲିଛନ୍ତି । ଏହାସହ ସେ ଦାବି କରିଛନ୍ତି କଂଗ୍ରେସ ସରକାର ଆସିଲେ ଆମେ ଏହି ଆଇନକୁ ମଜଭୁତ କରିବୁ ।

 

Share