Categories: ଜାତୀୟ

ମାତ୍ର ୩୫ ମିନିଟ୍‌ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି

ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ ମଧ୍ୟ ମିଳିସାରିଛି। ଏଭଳି ପରିସ୍ଥିତିରେ ତାଙ୍କ ସୁରକ୍ଷା ଅନ୍ୟ ରାଜ୍ୟ ଅପେକ୍ଷାଠାରୁ ଅଧିକ କଡ଼ାକଡ଼ି ହେବା ଉଚିତ। କିନ୍ତୁ ପଞ୍ଜାବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପଞ୍ଜାବର ହୋଶିଆରପୁର ଗସ୍ତ ସମୟରେ ମାତ୍ର ୩୫ମିନିଟ୍‌ରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଦୁଇଟି ମାମଲା ସାମ୍ନାକୁ ଆସିଛି। ଉଭୟ ଘଟଣା ହୋଶିଆରପୁରରେ ଘଟିଛି। ପ୍ରଥମ ଘଟଣା ସକାଳ ୮ଟା ୫ରେ ଏବଂ ଦ୍ୱିତୀୟ ଘଟଣା ୩୫ମିନିଟ୍‌ ପରେ ଅର୍ଥାତ୍‌ ସକାଳ ୮ଟା ୪୦ରେ ହୋଇଥିଲା। ପ୍ରଥମ ଘଟଣାରେ ଜଣେ ଯୁବକ ରାହୁଲ ଗାନ୍ଧୀଙ୍କ ତିନି ସ୍ତରୀୟ ସୁରକ୍ଷା କର୍ଡନ ଭାଙ୍ଗିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ, ଦ୍ୱିତୀୟ ଥର ପାଇଁ ଚା’ ବିରତି ପରେ ବସି ଗାଁର ଚାଷୀମାନେ ହଟ ଢ଼ାବା ଛାଡିବା ମାତ୍ରେ ଜଣେ ବ୍ୟକ୍ତି ଦୌଡ଼ି ଆସି ରାହୁଲଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ରାହୁଲଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

Share