Categories: ଜାତୀୟ

ମୋ କଥା କାନିରେ ଗଣ୍ଠି ପକାଇ ରଖନ୍ତୁ, ସରକାର ଫେରାଇ ନେବାକୁ ପଡିବ କୃଷି ଆଇନ: ରାହୁଲ ଗାନ୍ଧୀ

ଚେନ୍ନାଇ,୧୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ତାମିଲନାଡୁର ମଦୁରାଇ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଜାଲିକାଟୁ ଆୟୋଜନ ଉପଭୋଗ କରିଥିଲେ। ପରେ ସେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଥିଲେ। ସରକାର କେବଳ କୃଷକଙ୍କୁ ଅଣଦେଖା କରୁନାହାନ୍ତି, ସେମାନଙ୍କୁ ବରବାଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଯେଉଁ ଆଇନକୁ ମୋଦି ସରକାର ଜବରଦସ୍ତି ଆଣିଛନ୍ତି, ମୋ କଥା କାନିରେ ଗଣ୍ଠି ବାନ୍ଧନ୍ତୁ ଏହି ଆଇନକୁ ସରକାର ପୁଣି ଫେରାଇ ନେବେ। କୃଷକମାନେ ଦେଶର ମୂଳଦୁଆ, ଯଦି ସେମାନଙ୍କୁ ଚପାଇବା ଦେଶ ସମୃଦ୍ଧ ହେବ ତେବେ ଆମର ଇତିହାସକୁ ନଜର ପକାଇବାକୁ ପଡିବ। ଯେତେବେଳେ କୃଷକ ଦୁର୍ବଳ ହେବ, ସେତେବେଳେ ଦେଶ ଦୁର୍ବଳ ହେବ। ତେଣୁ ମୁଁ କୃଷକଙ୍କ ସହ ଅଛି ତାଙ୍କ ଦାବିକୁ ସମର୍ଥନ କରୁଛି ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ-ହରିୟାଣା ସୀମାରେ ଗତ ଦେଢ ମାସ ହେବ ଧାରଣାରେ ବସିଛନ୍ତି।

Share