Categories: ଜାତୀୟ

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରମାଣ ଦେବା ଆବଶ୍ୟକତା ନାହିଁ: ରାହୁଲ

ଶ୍ରୀନଗର,୨୪।୧: ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ପୁଲଓ୍ବାମା ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଦେଇଥିବା ବୟାନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ଦୂରେଇ ରଖିଛନ୍ତି। ଏଥିସହ ରାହୁଲ କହିଛନ୍ତି, ଦିଗ୍‌ବିଜୟ ସିଂହ ଯାହା କହିଛନ୍ତି ସେଥିରେ ସହମତ ନୁହଁନ୍ତି। ଭାରତୀୟ ସେନା ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ ଅଛି ବୋଲି ରାହୁଲ କହିଛନ୍ତି। ଦେଶର ସେନା ଯେଉଁ ବି ଅପରେଶନ୍‌ କରେ, ତାହାର ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ। ସୂଚନା ମୁତାବକ, ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଜମ୍ମୁରେ ଏକ ଖବରଦାତା ସମ୍ମିଳନୀ କରି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଦିଗ୍‌ବିଜୟ ସିଂହ ଦେଇଥିବା ବୟାନ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିଗ୍‌ବିଜୟଙ୍କ ଏହା ବ୍ୟକ୍ତିଗତ ବୟାନ, ସେଥିରେ ସେ ସହମତ ନୁହଁନ୍ତି। ଦେଶର ସେନା ଉପରେ ତାଙ୍କର ଅଟଳ ବିଶ୍ୱାସ ରହିଛି ବୋଲି ରାହୁଲ କହିଛନ୍ତି।

Share