Posted inଜାତୀୟ

ଧାନ କ୍ଷେତରେ ରାହୁଲ

ସୋନିପତ,୮।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ହଠାତ୍‌ ବରୋଦା ଗସ୍ତ କରିଛନ୍ତି। ସେଠାରେ ସେ ମଦିନା ଗାଁରେ ପହଞ୍ଚି କ୍ଷେତରେ ଥିବା ଚାଷି ଓ ଶ୍ରମିକଙ୍କ ସହ କଥା ହୋଇ ଫସଲ ସମ୍ପର୍କରେ କିଛି ତଥ୍ୟ ନେଇଛନ୍ତି, ଏହି ସମୟରେ ସେ ନିଜେ ଟ୍ରାକ୍ଟର ଚଲାଇବା ସହ ଧାନ ରୋପଣ କରିଥିବା ବି ଦେଖାଯାଇଛି।

ସୂଚନା ପାଇବା ମାତ୍ରେ ଗ୍ରାମବାସୀ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ବରୋଦାର କଂଗ୍ରେସ ବିଧାୟକ ଇନ୍ଦୁରଜ ନରୱାଲ ଏବଂ ଗୋହାନା ଜଗବୀର ସିଂ ମଲିକଙ୍କ ମଧ୍ୟ ରାହୁଲ ପହଞ୍ଚିବା ପରେ ମଦିନାରେ ପହଞ୍ଚିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରିଥିଲେ।
କୁଣ୍ଡଲି ସୀମାରେ ପହଞ୍ଚିବା ପରେ ସେ ହଠାତ୍‌ କାର୍ଯ୍ୟକ୍ରମ ବଦଳାଇ ସୋନିପତ ଅଭିମୁଖେ ଯାତ୍ରା କଲେ। ସେ ରାଜପଥ ଦେଇ ମୁର୍ତଲ ଦେଇ କୁରାଡ ରୋଡ ବାଇପାସ ହୋଇ ଗୋହାନା ଅଭିମୁଖେ ଯାତ୍ରା କଲେ। ସେଠାରୁ ସେ ସାତଟା ବେଳକୁ ବରୋଦାର ମଦିନା ଗ୍ରାମରେ ପହଞ୍ଚିଥିଲେ।
ସେ ରାସ୍ତାରେ ଅନେକ ସ୍ଥାନରେ କ୍ଷେତ ଯାଞ୍ଚ କରିଥିଲେ। ମେଦିନାରେ ସେ କ୍ଷେତରେ ଧାନ ରୋପଣ ବିଷୟରେ ଜାଣିଲେ ଏବଂ ନିଜେ ଶ୍ରମିକମାନଙ୍କ ସହିତ ଧାନ ଲଗାଇବା ଆରମ୍ଭ କଲେ। ଏହି ସମୟରେ ସେଠାରେ ପହଞ୍ଚିଥିବା ଗ୍ରାମବାସୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। କ୍ଷେତରେ ଧାନ ଲଗାଇବା ପୂର୍ବରୁ ସେ ଜମି ପ୍ରସ୍ତୁତ କରିବା ପାଇଁ ଏକ ଟ୍ରାକ୍ଟର ମଧ୍ୟ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୨ ମାସ ମଧ୍ୟରେ…

ନୂଆଦିଲ୍ଲୀ,୧୫।୬: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି। ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ ଗଡ଼ିବ।...

ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ବାର, କହିଲେ ତୁମ ପାଇଁ ଆମେ…

ମୁମ୍ବାଇ,୧୫ା୬: ଶନିବାର ଏମ୍‌ଭିଏ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ମୁମ୍ବାଇରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୦୨୪ ଲୋକ...

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି।...

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri