Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଆବେଦନର ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ,୨।୫: ସୁରଟ କୋର୍ଟ ଦ୍ୱାରା ଅପରାଧିକ ମାନହାନି ମାମଲାରେ ଦୁଇ ବର୍ଷ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଶୁଣାଣି କରିବେ।

ସୂଚନାଯୋଗ୍ୟ, ମୋଦି ସରନେମ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଚ କରି ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ।

 

Share