ଲୋକ ସଭାରେ ରାହୁଲ ଖୋଲାଖୋଲି କହିଦେଲେ ଏକ ବଡ଼ କଥା, ରାଗିଗଲେ କିରେନ ରିଜିଜୁ, କହିଲେ କ୍ଷମା ନ ମାଗିଲେ…

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ପେପର ଲିକ୍‌ ବିରୋଧୀ ବିଲ୍‌ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଭାଷଣ ରଖିଥିଲେ। ଏହି ସମୟରେ ରାହୁଲ ଜୋର୍‌ ଦେଇ କହିଥିଲେ ଯେ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଦର୍ଶନକାରୀଙ୍କ ଉପରେ ପେଲେଟ ଗନ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ରାହୁଲ ଏହି ଅଭିଯୋଗ ଆଣିବା ପରେ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ରାହୁଲ ଗୃହରେ କ୍ଷମା ମାଗିବା ଉଚିତ, ନଚେତ୍‌ ଗୃହ ଅଚଳ ହେବ।

ରାହୁଲ କହିଛନ୍ତି, ଭାରତର ତଥାକଥିତ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କର ଏଠାରେ ଆସି ବସିବାକୁ ସାହସ ନାହିଁ। ମୁଁ ତାଙ୍କ ମୋଟରକାଡ୍‌ ଦେଖିଲି। ୩୦ଟି ଗାଡ଼ି ଥିଲା। ଏହା ବହୁତ ଥର ହଲି ଯାଇଥିଲା। ମନ୍ତ୍ରୀ ଭୟଭୀତ, ତେଣୁ ସେ ଆଜି ଏଠାରେ ନାହାନ୍ତି। ପିଲାମାନଙ୍କ ଉପରେ ପେଲେଟ ଗୁଳି ମାଡ଼ କରାଯାଇଥିଲା। ସେ ପିଲାମାନଙ୍କୁ ଝଟ୍‌କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିରୋଧୀ ଦଳ ନେତାଙ୍କ ବୟାନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରାଗି ଯାଇଥିଲେ। ସେ କହିଥିଲେ, ସଂସଦରେ ଏହା ଏକ ବହୁତ ଭୁଲ କଥା କୁହାଯାଉଛି। ସେ କେଉଁ ଆଧାରରେ ଏପରି ବୟାନ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ।

Dharitri – Odisha’s No.1 Odia Daily