Categories: ଜାତୀୟ

ହାଥରସ ମାମଲାକୁ ନେଇ ଟୁଇଟ୍ କରି ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୧ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଘଟଣାକୁ ନେଇ ରବିବାର ଏକ ଟୁଇଟ୍ କରିଛନ୍ତି । ଉକ୍ତ ଟୁଇଟ୍‌ରେ ସେ କହିଛନ୍ତି ଦେଶରେ ଦଳିତ, ମୁସ୍‌ଲିମ ଓ ଆଦିବାସୀଙ୍କୁ ଆଜିବି ଅନେକ ଲୋକ ମାନବ ଭଳି ଭାବନ୍ତି ନାହିଁ । ଯାହା ସବୁଠାରୁ ଲଜ୍ଜ୍ୟା ଜନକ ବିଷୟ । ଆହୁରି ମଧ୍ୟ ଏକ ୱେସାଇଟର ଲେଖାକୁ ନେଇ ସେ କହିଛନ୍ତି ହାଥରସ ପୀଡ଼ିତା ବାରମ୍ବାର କହିଛନ୍ତି ତାଙ୍କ ସହ ବଳାତ୍କାର କରାଯାଇଛି । ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୋଲିସ କହୁଛି ହାଥରସ ପୀଡ଼ିତାଙ୍କୁ ବଳାତ୍କାର କରାଯାଇ ନାହିଁ । ରାହୁଲ ଯେଉଁ ଲେଖା ବିଷୟରେ ଉଲ୍ଲେଖ କରିଛନ୍ତି ସେଥିରେ କିଭଳି ପୀଡ଼ିତା ତାଙ୍କ ପଡୋଶୀଙ୍କ ଦ୍ୱାରା ଅତ୍ୟାଚାର ଶିକାର ହୋଇଥିଲେ ତାହା ମଧ୍ୟ ଉଲ୍ଲେଖ କରାଯାଇଛି । ରାହୁଲ ଆହୁରି ମଧ୍ୟ କହିଛନ୍ତି ପୀଡ଼ିତା ଦୀର୍ଘ ୧୪ ଦିନ ଜୀବନ-ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯିବା ପରେ ରାତାରାତି ତାଙ୍କ ମୃତ ଦେହକୁ ସଂସ୍କାର କରାଗଲା । ହେଲେ ଏବେ ରାଜ୍ୟ ସରକାର କହୁଛନ୍ତି ଯେ ତାଙ୍କୁ ବଳାତ୍କାର କରାଯାଇ ନାହିଁ । ଏମିତି ଭାବେ ରାହୁଲ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି ।

Share