Categories: ଜାତୀୟ

ବିବାଦରେ ରାହୁଲଙ୍କ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି। ସେ ଲଣ୍ଡନର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଆଇଡିଆ ଫର୍‌ ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାସହ ସେ ବ୍ରିଟେନ୍‌ ଲେବର ପାର୍ଟି ନେତା ତଥା ଏମ୍‌ପି ଜେରେମି କର୍ବିନଙ୍କୁ ଭେଟିଛନ୍ତି। ରାହୁଲଙ୍କ ଲଣ୍ଡନ ଗସ୍ତକୁ ନେଇ ବିବାଦ ମୁଣ୍ଡ ଟେକିଛି। ରିପୋର୍ଟ ମୁତାବକ, ଲଣ୍ଡନ ଗସ୍ତକୁ ନେଇ ରାହୁଲ ବୈଦେଶିକ ମନ୍ତ୍ରଣାଳୟଠାରୁ ରାଜନୈତିକ ମଞ୍ଜୁରୀ ନେଇ ନ ଥିଲେ।
ନିୟମ ଅନୁଯାୟୀ, କୌଣସି ବିଦେଶ ଭ୍ରମଣ ପୂର୍ବରୁ ଏମ୍‌ପିମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଠାରୁ ରାଜନୈତିକ ଅନୁମୋଦନ ପାଇବା ଆବଶ୍ୟକ। କିନ୍ତୁ ରାହୁଲ ଲଣ୍ଡନ ଯିବା ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ।
ରାହୁଲ ‘ଆଇଡିଆ ଫର ଇଣ୍ଡିଆ’ କନକ୍ଲେଭର ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ କହିଥିଲେ ଯେ, ଗଣତନ୍ତ୍ର ବିପଦରେ ଅଛି ଏବଂ ଭାରତର ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ପ୍ରତ୍ୟେକ ପ୍ରସଙ୍ଗରେ ଜାଣିଶୁଣି ଚୁପ ରହିଥିବାର ରାହୁଲ ଅଭିଯୋଗ କରିଛନ୍ତି।

Share