Categories: ଜାତୀୟ

ବିରୋଧୀଙ୍କୁ ଏକାଠି କରିବାକୁ ଲାଗିପଡିଛନ୍ତି ରାହୁଲ, ନୀତୀଶ-ପାଓ୍ବାରଙ୍କ ପରେ ଏବେ ଉଦ୍ଧବଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାରା ଦେଶରେ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ବିରୋଧୀ ଦଳଙ୍କୁ ଏକାଠି କରିବା ଅଭିଯାନରେ ଅଛନ୍ତି।ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ବର୍ତ୍ତମାନ ସେ ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି ଜଣାପଡିଛି। ତାଙ୍କୁ ଭେଟି ୨୦୨୪ରେ ବିରୋଧୀ ଏକତା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ମୁମ୍ବାଇରେ ଥିବା ତାଙ୍କ ବାସଭବନ ମାତୋଶ୍ରୀରେ ଉଦ୍ଧବ ଠାକରେଙ୍କୁ ଭେଟିବେ। ବିରୋଧୀ ଏକତା ଏବଂ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଉଦ୍ଧବ ଠାକରେ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

Share