Categories: ଜାତୀୟ

ରାହୁଲ ଗାନ୍ଧୀ ଜଣେ ଟୁରିଷ୍ଟ ପଲିଟିସିଆନ୍‌: ଭାଜପା ନେତା

ପଣଜୀ,୫ ।୨: ଗୋଆ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳ । କଳେ କଳେକୌଶଳେ ଏମାନେ ଭୋଟରଙ୍କୁ ନିଜ ଆଡକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଆ ଗସ୍ତ କରିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସିଟି ରବି କହିଛନ୍ତି ରାହୁଲ ଗାନ୍ଧୀ ହେଉଛନ୍ତି ଜଣେ ଟୁରିଷ୍ଟ ପଲିଟିସିଆନ୍ । ଯେତେବେଳେ ନିର୍ବାଚନ ଆସେ ତା’ପୂର୍ବରୁ ସେ ଗୋଆ ଭ୍ରମଣରେ ଆସନ୍ତି । କାଲାନଗୁଟେରେ ରବି ଘର ଘର ବୁଲି ପ୍ରଚାର କରୁଥିବା ସମୟରେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଭଳି ଭାଜପା ଚାଇନା ସହ ଏଗ୍ରିମେଣ୍ଟ ସାଇନ୍ କରିନି । କଂଗ୍ରେସ ଦେଶ ପ୍ରତି ବିଶ୍ୱସ୍ତ ହେଉ । ସେହିପରି ଆମ ଆଦମୀ ପାର୍ଟି (ଏଏପି)କୁ ଟାର୍ଗେଟ କରି ରବି କହିଛନ୍ତି ଗୋଆର ଡ୍ରେନେଜ ସିଷ୍ଟମକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀରେ ଲାଗୁ କରନ୍ତୁ । ମମତା ବାନାର୍ଜି ବି ଗୋଆ ମଡେଲକୁ ଆପଣାନ୍ତୁ ବୋଲି ରବି କହିଛନ୍ତି । ହେଲେ ପଶ୍ଚିମବଙ୍ଗକୁ ସେ ଗୋଆ ଆଣନ୍ତୁ ନାହିଁ । କାରଣ ଗୋଆରେ ଆଇନ ବ୍ୟବସ୍ଥା ଭଲ ଅଛି । ସେ ଏହି ଆଇନ ବ୍ୟବସ୍ଥାକୁ ପଶ୍ଚିମବଙ୍ଗରେ ଲାଗୁ କରନ୍ତୁ ।

Share