Categories: ଜାତୀୟ

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି । ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଭାଜପା ଏମପି ଜଗଦଂବିକା ପାଲ କହିଛନ୍ତି ରାହୁଲ ଗାନ୍ଧୀ ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ । ରାହୁଲ ହିନ୍ଦୁ ଓ ଗୋରଖନାଥ ମଠର ଅପମାନ କରିଛନ୍ତି । ଏଭଳି ବୟାନ ଦେଉଥିବାରୁ ରାହୁଲଙ୍କୁ ପପୁ କୁହାଯାଏ ବୋଲି ପାଲ କହିଛନ୍ତି । ରାହୁଲଙ୍କ ବୟାନ ପରେ ଭାଜପାର ପ୍ରାୟ ସମସ୍ତ ନତା ତାଙ୍କ ଉପରେ ବର୍ଷିଛନ୍ତି । ରାହୁଲଙ୍କ ‘ମଠ’ ବୟାନକୁ ନେଇ ରାଜନୀତିର ପାଣିପାଗ ଗରମ ହୋଇଯାଇଛି । ଦଳ ଦାବି କରିଛି ଯେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଏହି ବୟାନ ପାଇଁ କ୍ଷମାମାଗନ୍ତୁ ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତାଙ୍କର ଏକ କାର୍ଯ୍ୟକ୍ରମରେ କହିଥିଲେ କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଧର୍ମକୁ ଯଦି ବୁଝିଥାଆନ୍ତେ ତେବେ ସେ ଯାହା କରୁଛନ୍ତି ତାହା କରି ନ ଥାଆନ୍ତେ । ସେ ତାଙ୍କ ମଠର ଅପମାନ କରୁଛନ୍ତି । ସେ ଧାର୍ମିକ ନେତା ନୁହେଁ ବରଂ ଜଣେ ମାମୁଲି ଠକ ।

Share