Categories: ଜାତୀୟ

ରାହୁଲଙ୍କୁ ଧରି ଜୋର୍‌ରେ କାନ୍ଦିଲେ ଏହି ଯୁବତୀ, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ କରିଥିଲେ। ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍‌ ନେବା ସମୟରେ ଜଣେ ଯୁବତୀ କାନ୍ଦୁଥିବା ନଜର ଆସିଛନ୍ତି।

ରାହୁଲ ବୁଧବାର ପୁଡୁଚେରୀ ପରିଦର୍ଶନ କରିବା ସମୟରେ ମତ୍ସ୍ୟଜୀବୀ ଏବଂ କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ରାଜକୀୟ ମହିଳା ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଜଣେ ଯୁବତୀ ତାଙ୍କ ଅଟୋଗ୍ରାଫ୍‌ ନେବା ସମୟରେ ଖୁବ୍‌ ଜୋର୍‌ରେ କାନ୍ଦିଥିଲେ। ରାହୁଲ ତାଙ୍କୁ କୋଳେଇ ନେଇ ଶାନ୍ତ କରାଇଥିଲେ। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାରଣ ଏହି ସମୟରେ ଯୁବତୀ ଜଣକ ଏତେ ଭାବପ୍ରବଣ ହୋଇ ଯାଇଥିଲେ ଯେ, ରାହୁଲଙ୍କ ସହ ହାତ ମିଳାଇବା ସମୟରେ ଜୋର୍‌ରେ କାନ୍ଦି ଉଠିଥିଲେ। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

Share