ନୂଆଦିଲ୍ଲୀ, ୭।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ବାସଭବନ ବାହାରେ ଶୁକ୍ରବାର ସାଧୁ-ସନ୍ଥଙ୍କ ସମେତ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନର ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଧୁ-ସନ୍ଥଙ୍କ ସମେତ ଅନେକ ପ୍ରଦର୍ଶନକାରୀଙ୍କୁ ହେପାଜତରେ ନେଇଥିଲା।
ଶୁକ୍ରବାର ହଠାତ୍ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ଅନେକ ପ୍ରଦର୍ଶନକାରୀ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ସାଧୁ-ସନ୍ଥ ମଧ୍ୟ ସାମିଲ ଥିଲେ। ପ୍ରଦର୍ଶନକାରୀମାନେ କଂଗ୍ରେସ ପାର୍ଟି ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀମାନଙ୍କୁ ହେପାଜତରେ ନେବା ଆରମ୍ଭ କରିଥିଲା।