Categories: ଜାତୀୟ

ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ,୧୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ବିଦେଶ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ହେବାକୁ ଥିବା ବେଳେ ରବିବାର ସେ ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ରାହୁଲଙ୍କ ଗସ୍ତକୁ ବ୍ୟକ୍ତିଗତ ଦର୍ଶାଇ ସେ କେଉଁ ଦେଶକୁ ଯାଇଛନ୍ତି କଂଗ୍ରେସ ତାହା ପ୍ରକାଶ କରିନାହିଁ। ତେବେ କେଉଁ ଦେଶ ପରିଦର୍ଶନ କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୬ରେ ଶେଷ ହେବ। ଅନ୍ୟପଟେ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଏବଂ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

Share