Categories: ଜାତୀୟ

ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ। ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି।
ରିଜିଜୁ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସର ଆତ୍ମଘୋଷିତ ରାଜକୁମାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଭାରତର ଲୋକମାନେ ଜାଣନ୍ତି ରାହୁଲ ଗାନ୍ଧୀ ପପୁ କିନ୍ତୁ ବିଦେଶୀମାନେ ଜାଣନ୍ତି ନାହିଁ ଯେ ସେ ପ୍ରକୃତରେ ପପୁ। ତାଙ୍କର ନିର୍ବୋଧ ବକ୍ତବ୍ୟର ଜବାବ ଦେବା ଜରୁରୀ ନୁହେଁ, କିନ୍ତୁ ସମସ୍ୟା ହେଉଛି ଯେ ତାଙ୍କର ଭାରତ ବିରୋଧୀ ବକ୍ତବ୍ୟକୁ ରାଷ୍ଟ୍ର ବିରୋଧୀ ଶକ୍ତିମାନେ ଭାରତର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବ୍ୟବହାର କରୁଛନ୍ତି।
ରିଜିଜୁ କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ସମ୍ବୋଧନର ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ନଷ୍ଟ କରୁଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ ଶିଖ, ମୁସଲମାନ ଏବଂ ଖ୍ରୀଷ୍ଟିଆନ ସମସ୍ତେ ଭାରତରେ ରୁହନ୍ତି। ସମସ୍ତେ ଭାରତର ନାଗରିକ, କିନ୍ତୁ ନରେନ୍ଦ୍ର ମୋଦି ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେ ସେମାନଙ୍କୁ ଭାରତର ଦ୍ୱିତୀୟ ଶ୍ରେଣୀର ନାଗରିକ ବୋଲି ବିବେଚନା କରନ୍ତି।
କେମ୍ବ୍ରିଜରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ଭାରତରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା। ଭାଜପା ନେତାମାନେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଦେଶୀ ମାଟିରେ ଭାରତ ପ୍ରତି ଅପମାନ ବୋଲି କହିଛନ୍ତି।

Share