Categories: ଜାତୀୟ

ବ୍ରେକ୍ ନେବେ ରାହୁଲ

ନୂଆଦିଲ୍ଲୀ,୧୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମପି ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଉଛନ୍ତି । ଏବେ ରାହୁଲ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ ଥିବା ବେଳେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ସେ ପ୍ରଚାର କରି ପାରି ନ ଥିଲେ । ତେବେ ଗୁଜରାଟ ନିର୍ବାଚନ ଲାଗି ରାହୁଲ ୨୧ ନଭେମ୍ବରରେ ବିଧାନସଭା ନିର୍ବାଚନ ଲାଗି ଗୁଜରାଟରେ ରାଲି ଓ ଜନସଭାକୁ ସମ୍ବୋଧନ କରିବେ ।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ, ଗୁଜରାଟରେ ଏକ ଛୋଟିଆ ନିର୍ବାଚନି ପ୍ରଚାରରେ ରାହୁଲ ଗାନ୍ଧୀ ଯୋଗଦେବେ । ଆମେ ଆଶା କରୁଛୁ ଯେ ସେ ଦୁଇ ଦିନ ପାଇଁ ଆସି ପାରନ୍ତି ।

Share