Posted inଜାତୀୟ

ମାସକୁ ଏତେଲକ୍ଷ ଦରମା ପାଆନ୍ତି Rahul Gandhi , ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅଛି ୬ଗୁଣା ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୩।୨: ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି Rahul Gandhi। ଉତ୍ତରପ୍ରଦେଶର ରାୟବରେଲିର ଏମପି ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି। ବିରୋଧୀ ଦଳ ନେତା ଭାବରେ, ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ମିଳିଛି, ଯାହା ଯୋଗୁଁ ପ୍ରୋଟୋକଲ ତାଲିକାରେ ତାଙ୍କର ସ୍ଥାନ ମଧ୍ୟ ବୃଦ୍ଧି ପାଇଛି।

ବିରୋଧୀ ଦଳ ନେତା ଓ ସଂସଦ ସଦସ୍ୟ ଭାବେ ଦରମା, ଭତ୍ତା ଏବଂ ପେନଶନ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଉଛନ୍ତି। ଭତ୍ତା ବ୍ୟତୀତ, ଜଣେ ଏମପି ଭାବରେ, Rahul Gandhi ସମାନ ପଦବୀ ଏବଂ ଦରମା ସହ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ପରି ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ରଖିଛନ୍ତି। ସେ କର୍ମଚାରୀମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତିଗତ ସଚିବ, ଦୁଇଜଣ ଅତିରିକ୍ତ ବ୍ୟକ୍ତିଗତ ସଚିବ, ଦୁଇଜଣ ସହାୟକ ବ୍ୟକ୍ତିଗତ ସଚିବ, ଦୁଇଜଣ ବ୍ୟକ୍ତିଗତ ସହାୟକ, ଜଣେ ହିନ୍ଦୀ ଷ୍ଟେନୋ, ଜଣେ କ୍ଲର୍କ, ଜଣେ ଝାଡୁଦାର ଏବଂ ଚାରି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।

୧୯୭୭ ଆଇନ ଅନୁଯାୟୀ, ବିରୋଧୀ ଦଳ ନେତା ତାଙ୍କ ଦାୟିତ୍ୱ ଗ୍ରହଣ କରିବା ସମୟରେ ଏକ ବାସଭବନ ପାଇଛନ୍ତି । ଏସବୁ ବାଦ୍‌ ଜାଣିଲେ ତାଜୁବ ହେବେ ଯେ ରାହୁଲ ଗାନ୍ଧୀ ମାସକୁ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ଦରମା ପାଉଛନ୍ତି। ଏହି ଅନୁସାରେ, ସେ ବର୍ଷକୁ ୩୯,୬୦,୦୦୦ ଟଙ୍କା ପାଉଛନ୍ତି। ୨୦୨୪ ର୍ନିବାଚନୀ ସତ୍ୟପାଠ ଅନୁଯାୟୀ, ରାହୁଲଙ୍କର ୨୦.୩୪ କୋଟି ଟଙ୍କାର ସମ୍ପତ୍ତି ଅଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ ସମ୍ପତ୍ତି (୩.୦୨ କୋଟି ଟଙ୍କା) ଠାରୁ ଛଅ ଗୁଣ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତକୁ AT4 କ୍ଷେପଣାସ୍ତ୍ରର ପଠାଇଲା ଏହି ସହଯୋଗୀ ଦେଶ

ନୂଆଦିଲ୍ଲୀ, ୨୯।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ୱୀଡେନର ପ୍ରତିରକ୍ଷା କମ୍ପାନୀ ସାବ ଇଣ୍ଡିଆ ଭାରତୀୟ ସଶସ୍ତ୍ର ବାହିନୀକୁ AT4 ଆଣ୍ଟି-ଆର୍ମର...

ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା...

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri