Categories: ଜାତୀୟ

୨୦୨୪ରେ କଂଗ୍ରେସ ହେବ ଆହୁରି ମଜଭୁତ: ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଏମିତି କହିଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୬ ।୩: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ରବିବାର କହିଛନ୍ତି କି ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭାରେ ଅଯୋଗ୍ୟତା କଂଗ୍ରେସକୁ ମଜଭୁତ କରିବ । ଏହାର ଫାଇଦା ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନରେ ମିଳିବ ।
ସମାଚାର ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ତା’ର ମୁଖ୍ୟ ଲକ୍ଷ୍ୟ କରିଛି । ଯାହାଦ୍ୱାରା ଆଞ୍ଚଳିକ ଦଳକୁ ସହଜରେ ଟାର୍ଗେଟ କରାଯାଇପାରିବ । ସେ ସ୍ପଷ୍ଟ ଭାବେ କହିଛନ୍ତି, ଏହାଦ୍ୱାରା କଂଗ୍ରେସ ନଷ୍ଟ ହେବନାହିଁ ଓ ଆଞ୍ଚଳିକ ଦଳ ଭାଜପା ବିରୋଧରେ ଉଠିବେ ଓ ଲଢିବେ ।

Share