Posted inଜାତୀୟ

ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି, ଖାତିର କଲେନି ରାହୁଲ ଗାନ୍ଧୀ; ତୀବ୍ର ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୬।୧: ଦୁଇ ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ କର୍ଣ୍ଣପାତ କଲେନି ରାହୁଲ ଗାନ୍ଧୀ। ଆଗରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର କରିବାର ନଜିର ରହିଛି। ଏବେ ସେ ରାଷ୍ଟ୍ରପତିଙ୍କ ଅନୁରୋଧକୁ ମଧ୍ୟ ଖାତିର କରି ନାହାନ୍ତି।

ସୋମବାର ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ। ଏଥିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉତ୍ତର-ପୂର୍ବ ଭାରତର ପାରମ୍ପରିକ ‘ପଟ୍କା’ ପିନ୍ଧି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି।

ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଦାବି କରିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଥର ଅନୁରୋଧ କରିବା ସତ୍ତ୍ୱେ ରାହୁଲ ଗାନ୍ଧୀ ପଟ୍କା ପିନ୍ଧିବାକୁ ମନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଦେଶୀ ପ୍ରତିନିଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଏହି ପଟ୍କା ପିନ୍ଧିଥିଲେ।

ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ରାହୁଲଙ୍କ ଏହି ଆଚରଣକୁ “ଅତ୍ୟନ୍ତ ସମ୍ବେଦନହୀନ” ଏବଂ “ଉତ୍ତର-ପୂର୍ବବାସୀଙ୍କ ପ୍ରତି ଅପମାନ” ବୋଲି କହିଛନ୍ତି। ଏଥିପାଇଁ ସେ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

ଭାଜପାର ଏହି ଆକ୍ରମଣକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ଏକ ଅଣ-ପ୍ରସଙ୍ଗ ବୋଲି କହିଛି। କଂଗ୍ରେସ ନେତା ପବନ ଖେରା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମଧ୍ୟ ପଟ୍କା ପିନ୍ଧି ନାହାନ୍ତି। ହିମନ୍ତ ବିଶ୍ୱ ଶର୍ମା କ’ଣ ରାଜନାଥ ସିଂଙ୍କଠାରୁ ମଧ୍ୟ କ୍ଷମା ମାଗିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି କଂଗ୍ରେସ ନେତା ଅଜୟ କୁମାର ଲାଲୁ କହିଛନ୍ତି ଯେ ଭାଜପା କେବଳ ଅପପ୍ରଚାର ଚଳାଇଛି। ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତାଙ୍କୁ ଦିଆଯାଇଥିବା ଆସନ ବ୍ୟବସ୍ଥା ଭାଜପାର ମାନସିକତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

ଆଜି ଆସିବ ପିଏମ୍‌ କିଷାନର ୨୩ କିସ୍ତି, ୯ କୋଟିରୁ ଅଧିକ କୃଷକଙ୍କ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ,୨୦।୬: ଦେଶର କୋଟି କୋଟି କୃଷକଙ୍କ ପାଇଁ ଆଜି ଏକ ବଡ଼ ଖୁସିର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର, ୨୦ ଜୁନ) ପଶ୍ଚିମବଙ୍ଗର ହୁଗୁଳି…

ହନୁମାନ ମନ୍ଦିରର ସଭାମଣ୍ଡପର ଛାତ ଭୁଶୁଡ଼ିଲା; ୩୦-୪୦ ଦବି ରହିଥିବା ଆଶଙ୍କା, ୫ ମୃତ

ପରଭଣୀ,୨୦।୬: ମହାରାଷ୍ଟ୍ରର ପରଭାନୀ ତାଲୁକାର ଯଶୱାଡି ଗ୍ରାମରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ଆସିଛି। ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଥିବା ସଭା ମଣ୍ଡପ (ସଭା ମଣ୍ଡପ)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri