Categories: ଜାତୀୟ

ଗରମ ଲୁହାରେ ହାତୁଡ଼ି ପିଟିଲେ ରାହୁଲ ଗାନ୍ଧୀ

ମଦୁରାଇ,୧୪।୧: ମକର ସଂକ୍ରାନ୍ତିରେ ଦକ୍ଷିଣ ଭାରତରେ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ୍‌ ତାମିଲନାଡୁ ଗସ୍ତରେ ରହିଛନ୍ତି। ସେମାନେ ବିଭିନ୍ନ ଉତ୍ସବରେ ଯୋଗ ଦେଇଛନ୍ତି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏହି ଅବସରରେ ତାମିଲନାଡୁର ମଦୁରାଇସ୍ଥିତ ଅଭାନିପୁରମ୍‌ରେ ଜାଲିକାଟ୍ଟୁ ଉତ୍ସବରେ ଯୋଗ ସ୍ଥାନୀୟ ଅନ୍ନଦାତାଙ୍କ ସହିତ ସାକ୍ଷାତ୍‌ କରିଛନ୍ତି। ଏପରି କରି ରାହୁଲ ଅନ୍ନଦାତାଙ୍କ ସମର୍ଥନ ହାତେଇବା ପାଇଁ ଉଦ୍ୟମ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ରାହୁଲ ଲୁହା ଗରମ ଥିବାବେଳେ ହାତୁଡ଼ି ମାରିବା ଆରମ୍ଭ କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share