Categories: ଜାତୀୟ

‘ସବୁବେଳେ ଶାସନ କ୍ଷମତାରେ ରହିବ ନାହିଁ ଭାଜପା…’, ପୁଣିଥରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ସୋମବାର ଲଣ୍ଡନରେ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ବିଶ୍ୱାସ କରେ କି ସେ ସବୁବେଳେ ଭାରତରେ ଶାସନ କ୍ଷମତାରେ ରହିବ, ହେଲେ ଏହା ସମ୍ଭବ ନୁହେଁ, ଆଉ କଂଗ୍ରେସ ଚାଲିଯିବା ବୋଲି କହିବା ଏକ ହାସ୍ୟାସ୍ପଦ କଥା ।
ସୂଚନାଯୋଗ୍ୟ, ସପ୍ତାହକର ୟୁକେ ଯାତ୍ରାର ଶେଷ ଦିନରେ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଚୌଥମ ହାଉସ ଥିଙ୍କ ଟେକର ଏକ ସାକ୍ଷାତକାରରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କଂଗ୍ରେସ ନେତୃତ୍ୱର ସଂଯୁକ୍ତ ପ୍ରଗତିଶିଳ ମେଣ୍ଟ(ୟୁପିଏ) ସରକାରର ବିଫଳତା ପଛର କାରଣ ବି କହିଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଥିଲେ ସ୍ୱାଧିନତା ପରଠାରୁ ଆଜି ପର୍ଯ୍ୟନ୍ତ ଦେଖିଲେ କଂଗ୍ରେସ ଦଳ ଅଧିକ ସମୟ ଶାସନ କ୍ଷମତାରେ ରହିଛି । ଭାଜପା ୧୦ ବର୍ଷ ଶାସନ କ୍ଷମତାରେ ରହିବା ପୂର୍ବରୁ କଂଗ୍ରେସ ୧୦ ବର୍ଷ ଶାସନ କ୍ଷମତାରେ ଥିଲା । ଭାଜପା ଏବେ ଭାବୁଛି ଯେ ସେ ଭାରତରେ ଶାସନ କ୍ଷମତା ହାତେଇବା ପରେ ସବୁବେଳେ କ୍ଷମତାରେ ରହିବ, ହେଲେ ଏମିତି ହେବ ନାହିଁ ।
ତେବେ ୨୦୧୪ରେ କାହିଁକି କଂଗ୍ରେସ ହାରିଲା ବୋଲି କହିବାକୁ ଯାଇ , ରାହୁଲ ଦେଶରେ ହୋଇଥିବା ପରିବର୍ତ୍ତନ ଆଡକୁ ବି ଇସାରା କରିଛନ୍ତି । ଯାହା କଂଗ୍ରେସ ଓ ୟୁପିଏ ସରକାରକୁ ଆଚମ୍ଭିତ କରିଦେଇଥିଲା । ସେ କହିଥିଲେ ଆମେ ଗ୍ରାମୀଣ ଅଞ୍ଚଳରେ ବହୁତ ଅଧିକ ଧ୍ୟାନ କେନ୍ଦ୍ରୀତ କରିଥିଲୁ । ହେଲେ ଆମେ ଆରମ୍ଭରୁ ସହରରେ ହାରିଗଲୁ । ଏହା ଏକ ତଥ୍ୟ । ହେଲେ ଏବେ ଏହା କୁହାଯାଉଛି କି ଭାଜପା ଶାସନ କ୍ଷମତାରେ ରହିଛି ଓ କଂଗ୍ରେସ ଚାଲି ଯାଇଛି , ବାସ୍ତବରେ ଏହା ଏକ ହାସ୍ୟାସ୍ପଦ ବିଚାର ବୋଲି ରାହୁଲ କହିଛନ୍ତି ।
ଅନ୍ୟପଟେ ଭାଜପା ରାହୁଲଙ୍କ ବୟାନର ଜବାବ ରଖିଛି । ଚାଇନାକୁ ପ୍ରଶଂସା କରିବା ଓ ବିଦେଶ ମାଟିରେ ଭାରତକୁ ରାହୁଲ ବଦନାମ କରିଥିବା ଅଭଯୋଗ କରିଛି ଭାଜପା । ସୋମବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ଭାରତ ସହ ବିଶ୍ୱାସଘାତକତା ନ କର ରାହୁଲ ଜି, ଭାରତର ବୈଦେଶିକ ନୀତି ଉପରେ ଆପତ୍ତି ଏହି ପ୍ରସଙ୍ଗରେ ଆପଣଙ୍କ ଅଳ୍ପ ଚିନ୍ତାଧାରାର ପ୍ରମାଣ । କେହି ଏହି ମିଛକୁ ବିଶ୍ୱାସ କରିବେ ନାହିଁ, ଯାହା ଆପଣ ଭାରତର ବିଦେଶ ମାଟିରେ ପ୍ରଚାର କରୁଛନ୍ତି । ଠାକୁର କହିଛନ୍ତି ରାହୁଲ ଗାନ୍ଧୀ ତାଙ୍କ ବିଫଳତାକୁ ଲୁଚାଇବାକୁ ବିଦେଶ ମାଟିରେ ଭାରତକୁ ବଦନାମ କରୁଛନ୍ତି ।

Share