Posted inଜାତୀୟ

‘ସବୁବେଳେ ଶାସନ କ୍ଷମତାରେ ରହିବ ନାହିଁ ଭାଜପା…’, ପୁଣିଥରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ସୋମବାର ଲଣ୍ଡନରେ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ବିଶ୍ୱାସ କରେ କି ସେ ସବୁବେଳେ ଭାରତରେ ଶାସନ କ୍ଷମତାରେ ରହିବ, ହେଲେ ଏହା ସମ୍ଭବ ନୁହେଁ, ଆଉ କଂଗ୍ରେସ ଚାଲିଯିବା ବୋଲି କହିବା ଏକ ହାସ୍ୟାସ୍ପଦ କଥା ।
ସୂଚନାଯୋଗ୍ୟ, ସପ୍ତାହକର ୟୁକେ ଯାତ୍ରାର ଶେଷ ଦିନରେ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଚୌଥମ ହାଉସ ଥିଙ୍କ ଟେକର ଏକ ସାକ୍ଷାତକାରରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କଂଗ୍ରେସ ନେତୃତ୍ୱର ସଂଯୁକ୍ତ ପ୍ରଗତିଶିଳ ମେଣ୍ଟ(ୟୁପିଏ) ସରକାରର ବିଫଳତା ପଛର କାରଣ ବି କହିଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଥିଲେ ସ୍ୱାଧିନତା ପରଠାରୁ ଆଜି ପର୍ଯ୍ୟନ୍ତ ଦେଖିଲେ କଂଗ୍ରେସ ଦଳ ଅଧିକ ସମୟ ଶାସନ କ୍ଷମତାରେ ରହିଛି । ଭାଜପା ୧୦ ବର୍ଷ ଶାସନ କ୍ଷମତାରେ ରହିବା ପୂର୍ବରୁ କଂଗ୍ରେସ ୧୦ ବର୍ଷ ଶାସନ କ୍ଷମତାରେ ଥିଲା । ଭାଜପା ଏବେ ଭାବୁଛି ଯେ ସେ ଭାରତରେ ଶାସନ କ୍ଷମତା ହାତେଇବା ପରେ ସବୁବେଳେ କ୍ଷମତାରେ ରହିବ, ହେଲେ ଏମିତି ହେବ ନାହିଁ ।
ତେବେ ୨୦୧୪ରେ କାହିଁକି କଂଗ୍ରେସ ହାରିଲା ବୋଲି କହିବାକୁ ଯାଇ , ରାହୁଲ ଦେଶରେ ହୋଇଥିବା ପରିବର୍ତ୍ତନ ଆଡକୁ ବି ଇସାରା କରିଛନ୍ତି । ଯାହା କଂଗ୍ରେସ ଓ ୟୁପିଏ ସରକାରକୁ ଆଚମ୍ଭିତ କରିଦେଇଥିଲା । ସେ କହିଥିଲେ ଆମେ ଗ୍ରାମୀଣ ଅଞ୍ଚଳରେ ବହୁତ ଅଧିକ ଧ୍ୟାନ କେନ୍ଦ୍ରୀତ କରିଥିଲୁ । ହେଲେ ଆମେ ଆରମ୍ଭରୁ ସହରରେ ହାରିଗଲୁ । ଏହା ଏକ ତଥ୍ୟ । ହେଲେ ଏବେ ଏହା କୁହାଯାଉଛି କି ଭାଜପା ଶାସନ କ୍ଷମତାରେ ରହିଛି ଓ କଂଗ୍ରେସ ଚାଲି ଯାଇଛି , ବାସ୍ତବରେ ଏହା ଏକ ହାସ୍ୟାସ୍ପଦ ବିଚାର ବୋଲି ରାହୁଲ କହିଛନ୍ତି ।
ଅନ୍ୟପଟେ ଭାଜପା ରାହୁଲଙ୍କ ବୟାନର ଜବାବ ରଖିଛି । ଚାଇନାକୁ ପ୍ରଶଂସା କରିବା ଓ ବିଦେଶ ମାଟିରେ ଭାରତକୁ ରାହୁଲ ବଦନାମ କରିଥିବା ଅଭଯୋଗ କରିଛି ଭାଜପା । ସୋମବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ଭାରତ ସହ ବିଶ୍ୱାସଘାତକତା ନ କର ରାହୁଲ ଜି, ଭାରତର ବୈଦେଶିକ ନୀତି ଉପରେ ଆପତ୍ତି ଏହି ପ୍ରସଙ୍ଗରେ ଆପଣଙ୍କ ଅଳ୍ପ ଚିନ୍ତାଧାରାର ପ୍ରମାଣ । କେହି ଏହି ମିଛକୁ ବିଶ୍ୱାସ କରିବେ ନାହିଁ, ଯାହା ଆପଣ ଭାରତର ବିଦେଶ ମାଟିରେ ପ୍ରଚାର କରୁଛନ୍ତି । ଠାକୁର କହିଛନ୍ତି ରାହୁଲ ଗାନ୍ଧୀ ତାଙ୍କ ବିଫଳତାକୁ ଲୁଚାଇବାକୁ ବିଦେଶ ମାଟିରେ ଭାରତକୁ ବଦନାମ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri