Categories: ଜାତୀୟ

ଭାଜପାକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି। ଟୁଇଟର ମାଧ୍ୟମରେ ସେ ଏହି ଅପିଲ କରିଥିବା ବେଳେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି। ଏଥିରେ ସେ ରାଜସ୍ଥାନ ରାଜନୀତିକୁ ନେଇ କିଛି ସୂଚନା ଦେଇଛନ୍ତି। ତେବେ ଧନବଳରେ ସେଠାରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଦୁଇ ଦିନ ପୂର୍ବରୁ ମଧ୍ୟ ରାହୁଲ ରାଜସ୍ଥାନ ରାଜନୀତିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ରାଜସ୍ଥାନରେ ସରକାର ଭାଙ୍ଗିବା ଭାଜପାର ଷଡଯନ୍ତ୍ର। ଏହା ରାଜସ୍ଥାନର ୮ କୋଟି ଲୋକଙ୍କୁ ଅପମାନ, ରାଜ୍ୟପାଳ ମହୋଦୟ ବିଧାନସଭା ଅଧିବେଶନ ଡାକି ସତ କ’ଣ ତାହା ଦେଶବାସୀଙ୍କ ସାମ୍ନାକୁ ଆଣନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଗୋଟିଏ ଦିନ ପୂର୍ବରୁ ମଧ୍ୟ ରାହୁଲ ଭାଜପା ସରକାରଙ୍କୁ ଟାର୍ଗେଟ କରିଥିଲେ।

Share