ଅମରିନ୍ଦରଙ୍କୁ ବହିଷ୍କାର କାରଣ କହିଲେ ରାହୁଲ

ଚଣ୍ଡିଗଡ଼,୧୭।୨: ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାରରେ କରାଯାଇଛି। କଂଗ୍ରେସ, ଭାଜପା, ଏଏପି, ଅକାଲୀ ଦଳ ସମେତ ସମସ୍ତ ଦଳ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପଞ୍ଜାବର ଫତେହଗଡ ସାହିବରେ ପହଞ୍ଚି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ହଟାଇ ଦିଆଗଲା ତା’ର କାରଣ କହିଛନ୍ତି ରାହୁଲ। ସେ କହିଛନ୍ତି, କ୍ୟାପଟେନ ଅମରିନ୍ଦର ବିଦ୍ୟୁତ ଯୋଗାଣ କମ୍ପାନୀ ସହ ହୋଇଥିବା ଚୁକ୍ତିନାମାକୁ ଦର୍ଶାଇ ରାଜ୍ୟର ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ସେବା ଦେବାକୁ ଅରାଜିଥିଲେ। ତେଣୁ ଏହି କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।

Share