Categories: ଜାତୀୟ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି, ଚନ୍ନି ଗରିବ ଘରର। ତାଙ୍କ ମଧ୍ୟରେ କୌଣସି ଅହଂକାର ନାହିଁ। ତିନିମାସ ମଧ୍ୟରେ ସମସ୍ତେ ଏହାକୁ ଦେଖିଲେ। ଚନ୍ନି ଜୀ ଗରିବ ଲୋକଙ୍କ ପାଇଁ କାମ କରୁଛନ୍ତି। କଂଗ୍ରେସର ଅନେକ ହୀରା ଅଛି, ଏହି ହୀରା ମଧ୍ୟରୁ ଗୋଟିଏ ବାଛିବା ସହଜ ନ ଥିଲା ବୋଲି ରାହୁଲ କହିଛନ୍ତି।
ଏଥିସହ ରାହୁଲ କହିଛନ୍ତି, ମୋତେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏହା ମୋର ନିଷ୍ପତ୍ତି ନୁହେଁ। ଏହା ହେଉଛି ପଞ୍ଜାବର ନିଷ୍ପତ୍ତି। ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ, ମୁଁ ପଞ୍ଜାବର ଲୋକଙ୍କୁ ପଚାରିଲି। ସେହି ଲୋକମାନେ ମୋତେ ଯାହା କହିଲେ ଆଜି ମୁଁ ତୁମକୁ ସେହି ନିଷ୍ପତ୍ତି ଶୁଣାଇଛି। ଲୋକେ କେବଳ ଏକ ଗରିବ ପରିବାରର ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

Share