Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ମିଠା ଖୁଆଇ ମୋଟା କରିବାକୁ ଚାହୁଁଥିଲେ ଭଉଣୀ

ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଆଜିର ଦିନରେ ଭାଇ ହାତରେ ରାଖୀ ପିନ୍ଧାଇ ଭଉଣୀ ଭାଇର ଶୁଭ ମନାସି ଥାଏ। ଏହି ଅବସରରେ କଂଗ୍ରେର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରକ୍ଷାବନ୍ଧନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି। ଭାଇ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରିୟଙ୍କା କହିଛନ୍ତି, ରାହୁଲଙ୍କୁ ଭାଇ ପାଇଁ ମୁଁ ଗର୍ବିତ। ସୁଖଦୁଃଖରେ ସେ ମୋ ସହ ଥାନ୍ତି। ତାଙ୍କଠାରୁ ପ୍ରେମ, ସତ୍ୟ ଏବଂ ଧୈର୍ଯ୍ୟର ସହ ରହିବା ଶିଖିଛି ବୋଲି ଟୁଇଟରେ ଭାଇଙ୍କ ସହ ଏକ ଫଟୋ ଶେୟାର କରି ସେ ଏହା କହିଛନ୍ତି। ପ୍ରିୟଙ୍କାଙ୍କଠାରୁ ୨ ବର୍ଷ ବଡ ଅଟନ୍ତି ରାହୁଲ। କିନ୍ତୁ ଉଭୟଙ୍କ ମଜଭୁତ୍‌ ବୁଝାମଣା ରହିଛି। ଏକ ସାକ୍ଷାତକାରରେ ରାହୁଲ କହିଥିଲେ, ପ୍ରିୟଙ୍କା ମୋ ବେଷ୍ଟ ଫ୍ରେଣ୍ଡ୍‌। ତାଙ୍କ ସହ ଝଗଡା ହୁଏ। ସେ ମୋତେ ମିଠା ଖୁଆଇ ମୋଟା କରିବାକୁ ଚାହୁଁଥିଲେ। ଯେତେବେଳେ ବି ଝଗଡା ହୁଏ ସେ ମୋତେ କ୍ଷମା ମାଜନ୍ତି ନଚେତ୍‌ ମୁଁ କେବେ କ୍ଷମା ମାଗିନିଏ।

Share